ଗୁଜରାଟରେ ଉମାକାନ୍ତଙ୍କୁ ୨ ପଦକ

ଭୁବନେଶ୍ୱର: ଗୁଜରାଟର ଆନନ୍ଦସ୍ଥିତ ଲିଟିଲ୍‌ ମିଲିନିୟମ୍‌ ସ୍କୁଲ୍‌ଠାରେ ଚାଲିଥିବା ଗୁଜରାଟ ରାଜ୍ୟ ବରିଷ୍ଠ କରାଟେ ପ୍ରତିଯୋଗିତାରେ ଓଡ଼ିଆ ତାରକା ଉମାକାନ୍ତ ସେନାପତି ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ଏବଂ ରୌପ୍ୟ ସହ ୨ ପଦକ ଜିତିଛନ୍ତି। ଉତ୍କଳ କରାଟେ ସ୍କୁଲ୍‌ର ଛାତ୍ର ଉମାକାନ୍ତ ଗୁଜରାଟରେ ରହି ଜାମ୍‌ନଗରରେ ଥିବା ରିଲାଏନ୍ସ ଗ୍ରୀନିଜ୍‌ରେ ପ୍ରଶିକ୍ଷଣ ଦେଉଛନ୍ତି। ଏହି ପ୍ରତିଯୋଗିତାରେ ସେ ପୁରୁଷ ୭୫ କିଲୋଗ୍ରାମ୍‌ କୁମିତେରେ ସ୍ୱର୍ଣ୍ଣ ଏବଂ ଓପନ୍‌ କାଟାରେ ରୌପ୍ୟ ପଦକ ଜିତିଥିଲେ। ଆସନ୍ତା ବର୍ଷ ହେବାକୁଥିବା ଜାତୀୟ ବରିଷ୍ଠ ପ୍ରତିଯୋଗିତାରେ ଉମାକାନ୍ତ ଗୁଜରାଟ ରାଜ୍ୟ ପାଇଁ ପ୍ରତିନିଧିତ୍ୱ କରିବେ। ସଫଳତା ପାଇଁ ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ଡକ୍ଟର ହରିପ୍ରସାଦ ପଟ୍ଟନାୟକ ଏବଂ ଅନ୍ୟ କର୍ମକର୍ତାମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର