ଭୁବନେଶ୍ବର: ଆଇରନ୍ମ୍ୟାନ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଦୁଇ ଓଡ଼ିଆ ବିଜୟ କୁମାର ଦାସ (୪୮) ଓ ସୌଭାଗ୍ୟ କୁମାର ରଥ (୩୩)କାଜାକସ୍ତାନରେ ପହଞ୍ଚିଛନ୍ତି। ସୌଭାଗ୍ୟଙ୍କର ଏହା ଦ୍ଵିତୀୟ ଆଇରନ୍ମ୍ୟାନ ପ୍ରତିଯୋଗିତା ହେବାକୁ ଥିବା ବେଳେ ବିଜୟ ପ୍ରଥମ ଥର ପାଇଁ ଅଂଶ ଗ୍ରହଣ କରୁଛନ୍ତି। ଆଇରନ୍ମ୍ୟାନରେ ୩.୮କିମି ସନ୍ତରଣ, ୧୮୦କିମି ସାଇକେଲ ଚାଳନା ଏବଂ ୪୨.୨କିମି ଦୌଡ଼ ପ୍ରତିଯୋଗିତାକୁ ସର୍ବମୋଟ ୧୬ ଘଣ୍ଟା ୩୦ ମିନିଟ୍ ମଧ୍ୟରେ ସାରିବାକୁ ହେବ।
/sambad/media/post_attachments/wp-content/uploads/2022/08/afa9ad0d-131b-49ea-a23d-25d50bb4a875-e1660393684469.jpg)
ଅଗଷ୍ଟ ୧୪ ତାରିଖରେ ଏହି ଦେଶର ରାଜଧାନୀ ଅସ୍ତାନା (ନୂର୍ ସୁଲତାନ)ଠାରେ ଆଇରନ୍ମ୍ୟାନ୍ ଟ୍ରାଇଥଳନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ବିଭିନ୍ନ ଦେଶରୁ ୧୭୦୦ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି, ଯେଉଁଥିରୁ ୧୦୦୦ଜଣ ହାଫ୍ ଆଇରନ୍ମ୍ୟାନ ଏବଂ ୭୦୦ ଜଣ ଫୁଲ ଆଇରନ୍ମ୍ୟାନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଭାରତରୁ ମୋଟ ୩୦୦ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଛନ୍ତି, ଯାହାକି କାଜାକସ୍ତାନ ପରେ ଦ୍ଵିତୀୟ ସର୍ବାଧିକ ଅଂଶଗ୍ରହଣ କାରୀ ଦେଶ ଭାବେ ପ୍ରତିନିଧିତ୍ବ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/c393be05-1f4d-439c-88f6-012187d6c9ea.jpg)