ଏଫଆଇଏଚ୍ ପୁରୁଷ ହକି ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ୨ ଓଡ଼ିଆ, ବୀରେନ୍ଦ୍ର ଲାକ୍ରା ଉପ-ଅଧିନାୟକ ନିଯୁକ୍ତ

ଭୁବନେଶ୍ୱର:  ଆସନ୍ତା ଜୁନ୍ ୬ ତାରିଖରୁ  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏଫଆଇଏଚ୍ ପୁରୁଷ ହକି ସିରିଜ ପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି । ସିରିଜ୍ ପାଇଁ ମୋଟ୍ ୧୮ ଜଣ ଖେଳାଳିଙ୍କୁ ନେଇ ଦଳ ଗଠନ କରାଯାଇଛି । ଏହି ଦଳରେ ୨ ଜଣ ଓଡିଆ ଖେଳାଳିଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ଅମିତ ରୋହିଦାସ ଏବଂ ବୀରେନ୍ଦ୍ର ଲାକ୍ରା।

ମନପ୍ରୀତ ସିଂହ ଦଳର ଅଧିନାୟକ ଭାର ସମ୍ଭାଳୁଥିବା ବେଳେ ବୀରେନ୍ଦ୍ର ଲାକ୍ରା ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଭାବେ ନିଯୁକ୍ତି ପାଇଛନ୍ତି । ଏଫଆଇଏଚ୍ ପୁରୁଷ ହକି ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତା ଜୁନ୍ ୬ ତାରିଖରେ ଋଷିଆ ବିପକ୍ଷରେ ଖେଳିବ ଭାରତ ।

ସମ୍ବନ୍ଧିତ ଖବର