ୟୁଏସ୍ ଓପନ୍‌ କରାଟେରେ ଓଡ଼ିଆ ଭାଇ ଭଉଣୀ

ଭୁବନେଶ୍ବର: ଦୁଇ ଓଡ଼ିଆ କରାଟେକା ଭାଇଭଉଣୀ ଜସ୍ମିନ ପାର୍ଥସାରଥୀ ମିଶ୍ର ଏବଂ ତାଙ୍କ ଭାଇ ଆର୍ଯ୍ୟମାନ ମିଶ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଉଭୟ ଲାସ୍‌ ଭେଗାସ୍‌ରେ ଆସନ୍ତାକାଲିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ୟୁଏସ୍‌ଏ ଓପନ୍‌ କରାଟେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ‌ଆମେରିକା ଗସ୍ତ କରିଛନ୍ତି। ଜସ୍ମିନ୍‌ ଦକ୍ଷିଣ ଆଫ୍ରିକାର ଡର୍ବାନ୍‌ରେ ଅନୁଷ୍ଠିତ ନବମ ରାଜ୍ୟଗୋଷ୍ଠୀ କରାଟେରେ ୧୦ ବର୍ଷରୁ କମ୍‌ ବାଳିକା କାତା ଓ କୁମିତେ ଇଭେଣ୍ଟ୍‌ରେ କାଂସ୍ୟ ଜିତି ପ୍ରଥମ ଅନ୍ତର୍ଜାତୀୟ ପଦକ କରାୟତ କରିଥିଲେ। ଏହି ଭାଇଭଉଣୀ ୨୦୧୬ରେ ଭିଭି କରାଟ ସ୍କୁଲ୍‌ରେ ‌ଯୋଗଦେଇଥିଲେ। ୬ ମାସର ପ୍ରଶିକ୍ଷଣ ପରେ ଦୁହେଁ ୨୦୧୭ରେ ଚେନ୍ନାଇରେ ଅନୁଷ୍ଠିତ ଓପନ୍‌ ଜାତୀୟ କରାଟେରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଜସ୍ମିନ ୧୧ ବର୍ଷରୁ କମ୍‌ ବାଳିକା ଓପନ୍‌ରେ ଏବଂ ଆର୍ଯ୍ୟମାନ ୧୦ ବର୍ଷରୁ କମ୍‌ ବାଳକ ଓପନ୍‌ରେ ଅଂଶଗ୍ରହଣ କରିବେ। ପ୍ରଥମ ଥର ଲାଗି ମୋ ସ୍କୁଲ୍‌ର ଦୁଇ ଜଣ ପ୍ରଥମ ଓଡ଼ିଶା ଖେଳାଳି ଭାବେ ୟୁଏସ୍ଏ ଓପନ୍‌ରେ ଭାଗ ନେଉଥିବାରୁ ବହୁତ ଖୁସି। ମୋର ବିଶ୍ବାସ ଏହି ଦୁଇ ଜଣ ନିଶ୍ଚିତ ପଦକ ଜିତି ଓଡ଼ିଶାକୁ ଗୌରବାନ୍ବିତ କରିବେ ବୋଲି ଭିଭି କରାଟେ ସ୍କୁଲ୍‌ର ପ୍ରତି‌ଷ୍ଠାତା ଭା‌ଲେନା ଭାଲେଣ୍ଟିନା କହିଛନ୍ତି।

ସମ୍ବନ୍ଧିତ ଖବର