ନୂଆଦିଲ୍ଲୀ : ଡବ୍ଲୁଟିସି ଫାଇନାଲ୍ ପୂର୍ବରୁ କ୍ରିକେଟ୍ କିଂବଦନ୍ତି ସୁନୀଲ ଗାଭାସ୍କର ନିଜ ପସନ୍ଦର ଭାରତୀୟ ଏକାଦଶ ଚୟନ କରିଛନ୍ତି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଏହି ଦଳରେ ପୂର୍ବରୁ ଦଳ ସହ ରହିଆସୁଥିବା କେଏସ୍ ଭରତ ସ୍ଥାନ ବଜାୟ ରଖିଥିଲା ବେଳେ ଦୁଇ ସ୍ପିନର ଓ ତିନି ଦ୍ରୁତ ବୋଲରଙ୍କୁ ନେଇ ଭାରତ ଖେଳୁ ବୋଲି ଆଗ୍ରହ ଦେଖାଇଛନ୍ତି। ତଥାପି ମ୍ୟାଚ୍ ଦିନର ସ୍ଥିତିକୁ ନେଇ ଏକାଦଶରେ ପରିବର୍ତ୍ତନ ହୋଇପାରେ ବୋଲି ସେ ପ୍ରକାଶ କରିଛନ୍ତି।
ରୋହିତ ଶର୍ମା ଓ ଶୁବମନ ଗିଲ୍ ପ୍ରାରମ୍ଭିକ ବ୍ୟାଟର ଭାବେ ଚୟନ ହୋଇଥିଲା ବେଳେ ଚେତେଶ୍ବର ପୂଜାରା, ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ତୃତୀୟରୁ ପଞ୍ଚମ ସ୍ଥାନ ମଧ୍ୟରେ ଖେଳିବେ। ୬ ନମ୍ବର ସ୍ଥାନରେ ଈଶାନ ଓ ଭରତଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରିବାର ଥିଲା। ଯେହେତୁ ଭରତ ବିଗତ ମ୍ୟାଚ୍ଗୁଡ଼ିକ ଖେଳି ଆସୁଛନ୍ତି, ତେଣୁ ତାଙ୍କୁ ଏହି ସ୍ଥାନ ପାଇଁ ବାଛିଛନ୍ତି। ବୋଲିଂ ବିଭାଗରେ କ୍ରମାନ୍ବୟରେ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଦେଜାଙ୍କ ସହ ଦ୍ରୁତ ବୋଲର ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ତାଙ୍କ ଏକାଦଶରେ ସାମିଲ କରିଛନ୍ତି।