ଭାରତୀୟ ସଫ୍ଟ ଟେନିସ୍‌ ଦଳରେ ଦୁଇ ଓଡ଼ିଆ

ଭୁବନେଶ୍ୱର: ଚଳିତ ମାସ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ସାଲେମ୍‌ବାଙ୍ଗ୍‌ଠାରେ ଆୟୋଜିତ ହେବାକୁ ଯାଉଥିବା ତୃତୀୟ ଇଣ୍ଡୋନେସିଆ ଓପନ୍‌ ସଫ୍ଟ ଟେନିସ୍‌ ପ୍ରତିଯୋଗିତା ପାଇଁ ଘୋଷିତ ଭାରତୀୟ ଦଳରେ ୨ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଶିବରାମ ସ୍ୱାଇଁ ଖେଳାଳି ଭାବେ ଦଳରେ ରହିଥିଲା ବେଳେ ବିକାଶ ଚନ୍ଦ୍ର ପଟ୍ଟନାୟକ ଅଧିକାରୀ ଭାବେ ମନୋନୀତ ହୋଇଛନ୍ତି। ଶିବରାମ ଓ ବିକାଶ ଶୁକ୍ରବାର ଏଠାରୁ ବିମାନ ଯୋଗେ ଯାତ୍ରା କରିବା ସମୟରେ ବିଶ୍ୱଜିତ ସ୍ୱାଇଁ ଓ ଓଡ଼ିଶା ସଂଘର ସାଧାରଣ ସଂପାଦକ ମହମ୍ମଦ ଆଜମ୍‌ ଉଭୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏମାନଙ୍କ ବ୍ୟତୀତ ସଂଘର ପୃଷ୍ଠପୋଷକ ମନୋରଞ୍ଜନ ମହାନ୍ତି, ଉପସଭାପତି ଦିଲିପ କୁମାର ମହାନ୍ତି, ଜିତେନ୍ଦ୍ରନାଥ ପଟ୍ଟନାୟକ ଓ କିସ୍‌ର କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାସ, କିସ୍‌ର କ୍ରୀଡ଼ା ଅଧିକାରୀ ରୁଦ୍ରକେଶ ଜେନା, ରଞ୍ଜନ କୁମାର ନନ୍ଦ, ନବରଞ୍ଜନ ପଟ୍ଟନାୟକ, ଅଶୋକ କୁମାର ମହାନ୍ତି, କୃଷ୍ଣଚରଣ ପଣ୍ଡା ପ୍ରମୁଖ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର