ଭୁବନେଶ୍ୱର: ଟେକ୍ସଟାଇଲ୍ କପ୍ କମିଟି ଆନୁକୂଲ୍ୟରେ ଆୟୋଜିତ ମା’ ମସଲା ତୃତୀୟ ଟେକ୍ସଟାଇଲ୍ କପ୍ କ୍ରିକେଟ୍ ପ୍ରତିଯୋଗିତାର ମଙ୍ଗଳବାର ମ୍ୟାଚ୍ରେ ଷ୍ଟ୍ରାଇକର, ଓ୍ଵାରିୟର୍ସ ଏବଂ ଟାଇଟାନ୍ ଦଳ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍ରେ ଷ୍ଟ୍ରାଇକର ୧୦ ରନ୍ରେ ସୁପରଷ୍ଟାର୍କୁ ପରାସ୍ତ କରିଥିଲା। ପ୍ରଥମ ବ୍ୟାଟିଂ କରି ଷ୍ଟ୍ରାଇକର ୮୬ ରନ୍ କରିଥିଲା ବେଳେ ସୁପରଷ୍ଟାର ୭୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଅଲ୍ରାଉଣ୍ଡ୍ ପ୍ରଦର୍ଶନ ଲାଗି ଫାଲ୍ଗୁନୀ ସ୍ୱାଇଁ (୨୫ ରନ୍, ୪ ଓ୍ଵିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ୱିତୀୟ ମ୍ୟାଚ୍ରେ ଡେୟାର ଡେଭିଲ୍ସ ୮୮ ରନ୍ କରିଥିଲା। ଜବାବରେ ଓ୍ଵାରିୟର୍ସ ୭.୪ ଓଭରରେ ୭ ଓ୍ଵିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଅର୍ଧଶତକ ଜମାଇଥିବା ସୌମ୍ୟ ସାମଲ (୬୨) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ତୃତୀୟ ମ୍ୟାଚ୍ରେ ଟାଇଟାନ୍ ୧୮ ରନ୍ରେ ନାଇଟ୍ ରାଇଡର୍ସକୁ ପରାସ୍ତ କରିଥିଲା। ଟାଇଟାନ୍ର ୭୧ ରନ୍ ଜବାବରେ ନାଇଟ୍ ରାଇଡର୍ସ ୫୩ କରିବାକୁ ସମର୍ଥ ହୋଇଥିଲା। ସୁଲେମାନ ଖାନ୍ (୨୦ ରନ୍)ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ଟେକ୍ସଟାଇଲ୍ କପ୍ :ଷ୍ଟ୍ରାଇକର, ଓ୍ଵାରିୟର୍ସ, ଟାଇଟାନ୍ ବିଜୟୀ
/sambad/media/post_attachments/wp-content/uploads/2018/02/odisha-cricket-1-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)