ନ୍ୟୁୟର୍କ: ଆମେରିକାର ବିବାଦୀୟ ହେଭିୱେଟ୍ ମୁଷ୍ଟିଯୋଦ୍ଧା ମାଇକ୍ ଟାଇସନ୍ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି। ଏଥର ବିମାନ ଯାତ୍ରା ବେଳେ ଜଣେ ସହଯାତ୍ରୀଙ୍କୁ ମାରପିଟ୍ କରି ଚର୍ଚ୍ଚାରେ ରହିଛନ୍ତି ସେ। ଏହି ଘଟଣା ଗତମାସରେ ସାନ୍ ଫ୍ରାନ୍ସିସ୍କୋ ବିମାନ ବନ୍ଦରରେ ଘଟିଥିଲା। ତେବେ ପୁଲିସ ରିପୋର୍ଟ ଏବଂ ଘଟଣାର ଭିଡିଓ ଫୁଟେଜ୍କୁ ଦେଖିବା ପରେ ଟାଇସନଙ୍କର ଏଥିରେ କିଛି ଭୁଲ୍ ନଥିବା ସାନଫ୍ରାନ୍ସିସ୍କୋ ଜିଲ୍ଲା ଅଦାଲତର ବିଚାରପତି ହୃଦୟଙ୍ଗମ କରିଛନ୍ତି। ଏଣୁ ତାଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଅତୀତରେ ଏକାଧିକବାର ଜେଲ୍ ଯାଇଥିବା ଟାଇସନ୍ ଆଉଥରେ ଜେଲ୍ ଯିବାରୁ ବର୍ତ୍ତି ଯାଇଛନ୍ତି।
ଜେଲ୍ ଯିବାରୁ ବର୍ତ୍ତିଲେ ଟାଇସନ୍
/sambad/media/post_attachments/wp-content/uploads/2022/05/f4h654sfh654h65sfh4sf6h54sfh6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)