ଇନ୍ଦୋର: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଦ୍ବିଶତକ ହାସଲ କରିବା ସାଙ୍ଗକୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିବା ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରଵାଲ୍ ୧୯ ବର୍ଷରୁ କମ୍ କ୍ରିକେଟ୍ ଖେଳୁଥିବା ସମୟରେ ସାଥୀ ଖେଳାଳି ତାଙ୍କୁ ‘ଗଜନୀ’ ବୋଲି ଡାକୁଥିଲେ। ଲାଜକୁଳା ସ୍ବଭାବ ସହ ଅଧିକାଂଶ କଥା ଭୁଲି ଯାଉଥିବାରୁ ସାଥୀ ଖେଳାଳିମାନେ ଅମିର ଖାନ୍ଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ‘ଗଜନୀ’ ଚରିତ୍ର ସହ ତାଙ୍କୁ ତୁଳନା କରୁଥିଲେ। ସେହି ଚଳଚ୍ଚିତ୍ରର ନାୟକ ମଧ୍ୟ ମୁଣ୍ଡରେ ଆଘାତ ଲାଗିବା ପରେ ସବୁ କିଛି ଭୁଲି ଯାଉଥିଲେ। ମୟଙ୍କ ମଧ୍ୟ କେବେ ବି କାହା ସହିତ ଅଧିକ ବାର୍ତାଳାପ କରୁନଥିଲେ ବୋଲି ତାଙ୍କ ପୁରୁଣା ବନ୍ଧୁ ହରପ୍ରୀତ୍ ସିଂହ କହିଛନ୍ତି। ମୟଙ୍କ ଛୋଟ ଛୋଟ ଜିନିଷକୁ ବହୁତ ଶୀଘ୍ର ଭୁଲିଯାଆନ୍ତି, ସେଥିପାଇଁ ତାଙ୍କୁ ଆମେ ମଜାରେ ‘ଗଜନୀ’ ବୋଲି ଡାକୁ। ୨୦୦୯ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଶିକ୍ଷକ ଚନ୍ଦ୍ରକାନ୍ତ ପଣ୍ଡିତ୍ ମୟଙ୍କଙ୍କୁ ଅଭ୍ୟାସ ସମୟରେ ବଲ୍ ବାକ୍ସ ଆଣିବାକୁ ଦାୟିତ୍ବ ଦେଇଥିଲେ, ହେଲେ ସେ ଏକଥା ସମ୍ପୂର୍ଣ୍ଣ ଭୁଲିଯାଇଥିଲେ। ତାଙ୍କର ଏପରି ବାରମ୍ବାର ଭୁଲିବା ଅଭ୍ୟାସ ପାଇଁ ଆମେ ‘ଗଜନୀ’ ଡାକି ଚିଡ଼ାଉଥିଲୁ ବୋଲି ସାଥୀ ଖେଳାଳି ତଥା ଛତିଶଗଡ ଅଧିନାୟକ ମନପ୍ରୀତ୍ ସିଂହ କହଛନ୍ତି।
ସିଲି ପଏଣ୍ଟ, ମୟଙ୍କଙ୍କୁ ‘ଗଜନୀ’ ଡାକୁଥିଲେ ସାଥୀ ଖେଳାଳି
/sambad/media/post_attachments/wp-content/uploads/2019/10/Mayanka.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)