ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍ ବିଶ୍ୱ କପ୍ରେ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ହାସଲ କରିଥିବା ଭାରତର ଉଦୟମାନ ଖେଳାଳି ଶୁବମନ ଗିଲ ରବିବାର ବରିଷ୍ଠ ଖେଳାଳିଙ୍କ ଭଳି ପ୍ରଦର୍ଶନ କରିଛନ୍ତି। ସେ ୧୨୩ ରନ୍ ହାସଲ କରି ଟିମ୍ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଯୁବରାଜ ସିଂହଙ୍କ ପଞ୍ଜାବ ରେକର୍ଡ ଓ ହରଭଜନ ସିଂହଙ୍କ ଛକା ସହିତ ତୁଳନୀୟ ହୋଇ ପାରିଛନ୍ତି। ସେ ୧୨୨ଟି ବଲ ଖେଳି ୮ଟି ଚୌକା ଓ ୬ଟି ଛକା ବଳରେ ଏହି ରନ୍ ସଂଗ୍ରହ କରିଛନ୍ତି। ନିକଟରେ ଶେଷ ହୋଇଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍ରେ ୩୭୨ ରନ୍ ସଂଗ୍ରହ କରିଥିଲେ।
ବିଜୟ ହଜାରେ ଟ୍ରଫିରେ କର୍ଣ୍ଣାଟକ ବିପକ୍ଷରେ ୧୮ ବର୍ଷିଅ ଶୁବମନ ଗିଲ ଅପରାଜିତ ଶତକ ହାସଲ କରିଛନ୍ତି। ଏଥି ସହିତ ଟିମ୍ ଇଣ୍ଡିଆର ପୂର୍ବତନ ବୋଲର ବିନୟ କୁମାର ସମେତ ଅନ୍ୟ ଖେଳାଳିଙ୍କୁ ମଧ୍ୟ ନିଜର ଦମ୍ ଦେଖାଇଛନ୍ତି। ନିଜର ବଳିଷ୍ଠ ପ୍ରଦର୍ଶନ ବଳରେ ଶୁବମନ ଜାତୀୟ ଚୟନକାରୀଙ୍କ ଦୃଷ୍ଟି ଆକର୍ଷଣ ହୋଇଛନ୍ତି।
Will Shubman Gill play for India's senior side soon? https://t.co/84owqGS495#U19CWCpic.twitter.com/SyHlM7lQN7
— ESPNcricinfo (@ESPNcricinfo) February 5, 2018
ବେଙ୍ଗାଲୁରୁରେ ‘ଗ୍ରୁପ-ଏ’ର ଏକ ମୁକାବିଲାରେ ଟିମ୍ ଇଣ୍ଡିଆକୁ ଫେରିବାକୁ ଉଦ୍ୟମ କରୁଥିବା ଯୁବରାଜ ସିଂହ ୨୮ଟି ବଲ ଖେଳି ୩୬ ରନ୍ ସଂଗ୍ରହ କରିଥିବା ବେଳେ ଶୁବମନ ଇନିଂସକୁ ସମ୍ଭାଳି ଥିଲେ। ପଞ୍ଜାବ ଟସ୍ ଜିଣିବା ପରେ ମନନ ଭୋରାଙ୍କ ସହିତ ଶୁବମନ ଓପନିଂ କରିବାକୁ ଆସିଥିଲେ। ଦଳର ସ୍କୋର ୦ ଥିବା ବେଳେ ମନନ କୌଣସି ରନ୍ ନ କରି ପାଭଲିଅନ ଫେରି ଯାଇଥିଲେ। ପରେ ସେ ମନଦୀପଙ୍କ ସହିତ ୨ୟ ଓ୍ଵିକେଟରେ ୧୨୫ ରନ୍ ଯୋଡ଼ିଥିଲେ।