ମନଜୋତ କାଲ୍‌ରା ରଣଜୀ ଟ୍ରଫିରୁ ବର୍ଷେ ବାସନ୍ଦ

ନୂଆଦିଲ୍ଲୀ : ବୟସ ଜାଲିଆତି ପାଇଁ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ବକପ୍ ଫାଇନାଲ୍‌ର ହିରୋ ମନଜୋତ କାଲ୍‌ରା ରଣଜୀ ଟ୍ରଫିରୁ ଏକ ବର୍ଷ ବାସନ୍ଦ ହୋଇଛନ୍ତି। ୧୬ ବର୍ଷରୁ କମ୍ ଓ ୧୯ ବର୍ଷରୁ କମ୍ ବୟସ ବର୍ଗରେ ଜାଲିଆତି କରିଥିବା ଜଣାପଡ଼ିବା ପରେ ତାଙ୍କୁ ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍‌ ସଂଘ (ଡିଡିସିଏ) ବାସନ୍ଦ କରିଛି। ଡିଡିସିଏର ଲୋକପାଳ ଏହି ବାସନ୍ଦାଦେଶ ଜାରି କରିଥିବାରୁ ଆମେ କିଛି କରିପାରିବୁ ନାହିଁ ବୋଲି କହିଛନ୍ତି ସାଧାରଣ ସମ୍ପାଦକ ବିନୋଦ ତିହାର। ସମାନ ଅଭିଯୋଗ ନୀତିଶ ରାଣାଙ୍କ ଉପରେ ମଧ୍ୟ ଆସିଛି। ଏହାର ମଧ୍ୟ ତଦନ୍ତ କରିବାକୁ ଡିଡିସିଏକୁ ନିର୍ଦ୍ଦେଶ ମିଳିଛି। ବିସିସିଆଇ ତଥ୍ୟ ଅନୁଯାୟୀ କାଲ୍‌ରାଙ୍କ ବର୍ତ୍ତମାନ ବୟସ ୨୦ ବର୍ଷ ୩୫୧ ଦିନ। ଗତ ସପ୍ତାହରେ ସେ ଦିଲ୍ଲୀ ୨୩ ବର୍ଷରୁ କମ୍‌ ଦଳ ପକ୍ଷରୁ ଖେଳି ବେଙ୍ଗଲ ବିପକ୍ଷରେ ୮୦ ରନ୍‌ କରିଥିଲେ। ଏହି ସଫଳତା ଲାଗି ସେ ଦିଲ୍ଲୀ ରଣଜୀ ଦଳରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନ୍‌ଙ୍କ ସ୍ଥାନ ନେଇଥିଲେ। ଏବେ ତାଙ୍କ ଉପରେ ବାସନ୍ଦାଦେଶ ଲାଗିଥିବାରୁ ସେ ରଣଜୀ ମ୍ୟାଚ୍‌ ଖେଳିପାରିବେନି।

ସମ୍ବନ୍ଧିତ ଖବର