୧୯ ବର୍ଷରୁ କମ ବିଶ୍ବକପ ଫାଇନାଲ : ଭାରତ ଆଗରେ ୧୯୦ ରନର ଲକ୍ଷ୍ୟ ରଖିଲା ଇଂଲଣ୍ଡ

ଆଣ୍ଟିଗୁଆ : ଆଣ୍ଟିଗୁଆର ସାର ଭିଭିଆନ ରିଚାର୍ଡ୍ସ ଷ୍ଟାଡିୟମଠାରେ ଚାଲିଥିବା ୧୯ ବର୍ଷରୁ କମ ବିଶ୍ବକପର ଫାଇନାଲରେ ଇଂଲଣ୍ଡ ଭାରତ ଆଗରେ ୧୯୦ ରନର ବିଜୟ ଲକ୍ଷ୍ୟ ରଖିଛି ।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ୪୫ତମ ଓଭରରେ ୧୮୯ ରନ କରି ଅଲଆଉଟ ହୋଇଯାଇଥିଲା । ଏହି ମ୍ୟାଚରେ ଇଂଲଣ୍ଡ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । କିନ୍ତୁ ଦଳ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଜେମ୍ସ ରିଉଙ୍କୁ ଛାଡ଼ିଦେଲେ ଦଳର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲିଂର ମୁକାବିଲା କରିପାରିନଥିଲେ । ରିଉ ୯୫ ରନ କରି ଆଉଟ ହୋଇଥିଲେ । ନିମ୍ନଭାଗ ବ୍ୟାଟ୍ସମ୍ୟାନ ଜେମ୍ସ ସେଲସ ୩୪ ରନ କରି ତାଙ୍କୁ ସହଯୋଗ କରିଥିଲେ । ସେହିପରି ଓପନର ଜର୍ଜ ଥମାସ ୨୭ ରନ କରିଥିଲେ । ଭାରତ ପକ୍ଷରୁ ରାଜ ବାଓ୍ବା ୫ଟି ଓ ରବି କୁମାର ୪ଟି ଓ୍ବିକେଟ ନେଇଥିଲେ । କୌଶଲ ତାମ୍ବେ ଗୋଟିଏ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର