ଦୁବାଇ : ଭାରତ ସହ ଯୁଦ୍ଧ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବା ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହୋଇଛି । ୟୁଏଇ ପାକିସ୍ତାନ ସୁପର ଲିଗ (ପିଏସଏଲ)ର ଅବଶିଷ୍ଟ ମ୍ୟାଚ ଆୟୋଜନ ଲାଗି ମନା କରିଦେଇଛି ।
ଗତ କାଲି ଅର୍ଥାତ ଗୁରୁବାର ପାକିସ୍ତାନର ରାଓ୍ବଲପିଣ୍ଡିଠାରେ କରାଚୀ ଓ ପେଶାଓ୍ବର ମଧ୍ୟରେ ପିଏସଏଲ ମ୍ୟାଚ ଚାଲିଥିବାବେଳେ ଷ୍ଟାଡିୟମ ନିକଟରେ ଭାରତର ଡ୍ରୋନ ପଡ଼ିଥିଲା । ଏହା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଥିଲା । ବିଦେଶୀ ଖେଳାଳିମାନେ ପାକିସ୍ତାନରେ ପାକିସ୍ତାନରେ ଖେଳିବାକୁ ଅମଙ୍ଗ ହେଲେ । ଏହା ପରେ ବାଧ୍ୟ ହୋଇ ପାକିସ୍ତାନ କ୍ରିକେଟ ବୋର୍ଡ ପିଏସଏଲକୁ ସ୍ଥଗିତ ରଖି ଅବଶିଷ୍ଟ ମ୍ୟାଚ ଦୁବାଇରେ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆଜି ୟୁଏଇ ଏଥିପାଇଁ ମନା କରିବାକୁ ପିସିବି ନିରାଶ ହୋଇଛି ।
ଏବର୍ଷ ପିଏସଏଲର ୧୦ମ ସଂସ୍କରଣ ଖେଳାଯାଉଛି । ପିଏସଏଲର ଆଉ ୮ଟି ମ୍ୟାଚ ରହିଛି । ଶେଷ ୮ଟି ମ୍ୟାଚ ଲାହୋର, ପେଶାଓ୍ବର ଓ ମୂଲତାନରେ ଖେଳାଯିବାର ଥିଲା । କିନ୍ତୁ ଯୁଦ୍ଧ ପରିସ୍ଥିତି ମଧ୍ୟରେ ସେଠାରେ ମ୍ୟାଚକୁ ବାତିଲ କରାଯାଇଥିଲା ।