ୟୁଏଇ ଟ୍ବେଣ୍ଟି-୨୦ ଲିଗ୍‌ ହେଲା ଆଇଏଲ୍‌ଟି-୨୦: ଭାଗନେବେ ୬ ଦଳ, ଜାନୁଆରି ୬ରୁ ଆରମ୍ଭ

ଦୁବାଇ : ୟୁଏଇ ଟ୍ବେଣ୍ଟି-୨୦ ଲିଗ୍‌ ନାମରେ ଏମିରେଟ୍ସ କ୍ରିକେଟ୍‌ କ୍ଲବ୍‌ ଦ୍ବାରା ଆୟୋଜିତ ୬ ଦଳୀୟ କ୍ରିକେଟ୍‌ ପ୍ରତିଯୋଗିତାର ନାଁ ପରିବର୍ତ୍ତନ ହୋଇ ଅନ୍ତର୍ଜାତୀୟ ଲିଗ୍‌ ଟି-୨୦ (ଆଇଏଲ୍‌ଟି-୨୦) ହୋଇଛି। ବୋର୍ଡ ଏହି ବିଷୟରେ ଘୋଷଣା କରିଛି। ଏହି ପ୍ରତିଯୋଗିତା ଆସନ୍ତା ବର୍ଷ ଜାନୁଆରି ୬ରୁ ଫେବ୍ରୁଆରି ୧୨ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ୩ ଭେନ୍ୟୁ ଦୁବାଇ, ଆବୁଧ‌ାବି ଓ ସାରଜାରେ ମୋଟ ୩୪ଟି ମ୍ୟାଚ୍‌ ଖେଳାଯିବ। ଏଥିରେ ଶାହରୁଖ ଖାନଙ୍କ ନାଇଟ୍‌ ରାଇର୍ଡସ ଗ୍ରୁପ୍‌, ମୁକେଶ ଆମ୍ବାନୀଙ୍କ ରିଲାନ୍ସ ଇଣ୍ଡିଆ ଲିମିଟେଡ୍‌ (ଆର୍‌ଆଇଏଲ୍‌), ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍‌, ଗ୍ଲାଜର ପରିବାର ମାଞ୍ଚେଷ୍ଟର ୟୁନାଇଟେଡ୍‌, କିରଣ କୁମାର ଗ୍ରାନ୍ଥିଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜେଶ ଶର୍ମାଙ୍କ କାପ୍ରି ଗ୍ଲୋବାଲ ଅଂଶଗ୍ରହଣ କରିବେ।

ସମ୍ବନ୍ଧିତ ଖବର