ୟୁଫା ପୁରସ୍କାର, ମେସି ଓ ରୋନାଲ୍‌ଡଙ୍କୁ ପଛରେ ପକାଇଲେ ଭାନ୍‌ ଡିକ୍‌

ମାଦ୍ରିଦ୍‌: ଲିଭରପୁଲ୍‌ ଡିଫେଣ୍ଡର ଭର୍ଜିଲ ଭାନ୍‌ ଡିକ୍‌ ୟୁଫା ପୁରସ୍କାର ଜିତି ନେଇଛନ୍ତି। ୨୦୧୮/୧୯ ବର୍ଷ ପାଇଁ ଭାନ୍‌ ଡିକ୍‌ ପୁରୁଷ ବର୍ଗରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଛନ୍ତି। ଆଉ ଏକ୍ଷେତ୍ରରେ ସେ ବାର୍ସେଲୋନାର ଲିଓନେଲ୍‌ ମେସି ଏବଂ ଜୁଭେଣ୍ଟସ୍‌ର କ୍ରିଷ୍ଟିଆନ୍‌ ରୋନାଲ୍‌ଡୋଙ୍କୁ ପଛରେ ପକାଇ ଦେଇଛନ୍ତି। ଭାନ୍‌ ଡିକ୍‌ ତାଙ୍କ ସପକ୍ଷରେ ୩୦୫ ପଏଣ୍ଟ୍‌ ପାଇଥିଲା ବେଳେ ମେସି ୨୦୭ ଏବଂ ରୋନାଲ୍‌‌ଡୋ ୭୪ ପଏଣ୍ଟ୍‌ ସହ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଥିବା ୨୯ ବର୍ଷ ବୟସ୍କ ଭାନ୍‌ ଡିନ୍‌ ମଧ୍ୟ ଚାମ୍ପିଅନ୍‌ସ ଲିଗ୍‌ର ଶ୍ରେଷ୍ଠ ଡିଫେଣ୍ଡର ପୁରସ୍କାର ଜିତିଛନ୍ତି। ମହିଳା ବର୍ଗରେ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅଲିମ୍ପିକ୍‌ ଲ୍ୟୋନେସ୍‌ର ଲୁସି ବ୍ରୋଞ୍ଜ୍‌ଙ୍କୁ ମିଳିଥିଲା ବେଳେ ଚାମ୍ପିଅନ୍‌ସ ଲିଗ୍‌ର ଶ୍ରେଷ୍ଠ ଗୋଲ୍‌ରକ୍ଷକ ପୁରସ୍କାର ଲିଭରପୁଲ୍‌ର ଆଲିସନ୍‌ ବେକର୍‌, ଶ୍ରେଷ୍ଠ ମିଡ୍‌ଫିଲ୍‌ଡର ପୁରସ୍କାର ଆଜାକ୍ସର ଫ୍ରେଙ୍କି ଡି ଜଙ୍ଗ୍‌, ଶ୍ରେଷ୍ଠ ଫରୱାର୍ଡ ପୁରସ୍କାର ବାର୍ସେଲୋନାର ଲିଓନେଲ୍‌ ମେସିଙ୍କୁ ିଳିଛି।

ସମ୍ବନ୍ଧିତ ଖବର