ଉଗାଣ୍ଡା ପାରାବ୍ୟାଡ୍‌ମିଣ୍ଟନ: ଆଗେଇଲେ ଅମରେନ୍ଦ୍ର, ଦିଲେଶ୍ବର

ଭୁବନେଶ୍ବର: ଉଗାଣ୍ଡା ପାରାବ୍ୟାଡ୍‌ମିଣ୍ଟନରେ ଦୁଇ ଓଡ଼ିଆ ଅମରେନ୍ଦ୍ର ବେହେରା ଓ ଦିଲେଶ୍ବର ରାଓ ନିଜ ନିଜ ମ୍ୟାଚ୍‌ ଜିତି ଆଗକୁ ବଢ଼ିଛନ୍ତି। ଏସ୍‌ଏଲ୍‌-୩ ଏକକ ବର୍ଗରେ ଅମରେନ୍ଦ୍ର ବେହେରା ଦୁଇଟି ଯାକ ଗ୍ରୁପ୍‌ ମ୍ୟାଚ୍‌ ଜିତି କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲା ବେଳେ ଯୁଗଳ‌ରେ ଅଭିଜିତ ସଖୁଜାଙ୍କୁ ସାଥୀ କରି କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ବୀନ ଶିବକୁମ‌ାରଙ୍କୁ ସାଥୀ କରି ଖେଳୁଥିବା ଦିଲେଶ୍ବର ନିଜର ପ୍ରଥମ ଗ୍ରୁପ୍‌ ମ୍ୟାଚ୍‌ରେ ଉଗାଣ୍ଡାର ବାସିର ମୁତ୍ୟବା ଓ ଜେମ୍ସ ଅନ୍‌ଗାରିଆକୁ ମାତ୍‌ ଦେଇଥିଲେ। ଏହି ପ୍ରତିଯୋଗିତା ହୁଇଲ ଚେୟାର-୨ ବର୍ଗରେ ନୀରଜ କୁମାରଙ୍କୁ ସାଥୀ କରି ଖେଳୁଥିବା ଆଉ ଜଣେ ଓଡ଼ିଆ ନୁରୁଲ ହୁସେନ ଖାନ୍‌ ପ୍ରଥମ ମ୍ୟାଚ୍‌ରେ ଉଗାଣ୍ଡାର କେଭିନ ମୁବିରୁ ଓ ଚାର୍ଲସ ମୁତେବିଙ୍କୁ ୨୧-୫, ୨୧-୧୦ରେ ହରାଇଥିଲେ। ହେଲେ ଦ୍ବିତୀୟ ମ୍ୟାଚ୍‌ରେ ହାରି ଯାଇଥିଲେ।

ସମ୍ବନ୍ଧିତ ଖବର