ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଉ ପାଦେ ଆଗେଇଲେ ଋଷି ସୁନକ

ଲଣ୍ଡନ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡ଼ରେ ଆଉ ପାଦେ ଆଗେଇଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟେନର ପୂର୍ବତନ ଅର୍ଥମନ୍ତ୍ରୀ  ଋଷି ସୁନକ । କଂଜରଭେଟିଭ ପାର୍ଟି ନେତା ଚୟନ ପାଇଁ ହୋଇଥିବା ୨ୟ ରାଉଣ୍ଡ ଭୋଟିଂରେ ସେ ପୁଣି ଥରେ ସର୍ବାଧିକ ଭୋଟ ପାଇଛନ୍ତି । ୨ୟ ରାଉଣ୍ଡରେ ସୁନକ ୧୦୧ଟି ଭୋଟ ପାଇଥିବାବେଳେ ବାଣିଜ୍ୟ ମନ୍ତ୍ରୀ ପେନି ମୋରଡଣ୍ଟଙ୍କୁ ୮୩ଟି ଭୋଟ ମିଳିଛି । ବୈଦେଶିକ ମନ୍ତ୍ରୀ ଲିଜ୍ ଟ୍ରସଙ୍କୁ ୬୪ଟି ଭୋଟ ମିଳିଛି । ଏହି ରାଉଣ୍ଡରେ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ଆଉଜଣେ ପ୍ରାର୍ଥୀ ବାଦ ପଡ଼ିଛନ୍ତି ।

ଗତ କାଲି ଅର୍ଥାତ ବୁଧବାରଦିନ ହୋଇଥିବା ପ୍ରଥମ ରାଉଣ୍ଡ ଭୋଟିଂରେ ବି ସେ ଆଗୁଆ ଥିଲେ । ତାଙ୍କୁ ୮୮ ଟି ଭୋଟ ମିଳିଥିବାବେଳେ ମୋରଡଣ୍ଟଙ୍କୁ ୬୭ଟି ଭୋଟ ମିଳିଥିଲା । ସେହିପରି ଲିଜ୍ ଟ୍ରସଙ୍କୁ ୫୦ଟି ଭୋଟ ମିଳିଥିଲା । ଲଗାତାର ଦୁଇଟି ରାଉଣ୍ଡରେ ଆଗୁଆ ରହିବା ପରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସୁନକଙ୍କ ପ୍ରାର୍ଥୀତ୍ବ ଆହୁରି ମଝବୁତ ହୋଇଛି ।

ଋଷି ଗତ ୮ ତାରିଖରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ପ୍ରାର୍ଥୀତ୍ବ ଘୋଷଣା କରିବା ସହ ପ୍ରଚାର ଆରମ୍ଭ କରିଥିଲେ । ତାଙ୍କ ପିତାମାତା ପଞ୍ଜାବର ମୂଳ ବାସିନ୍ଦା, ପରେ ସେମାନେ ବ୍ରିଟେନରେ ବସବାସ କରିଥିଲେ । ଋଷିଙ୍କ ଆଉ ଏକ ପରିଚୟ ହେଉଛି ସେ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜାମାତା ।

ସମ୍ବନ୍ଧିତ ଖବର