ପ୍ୟାରିସ: ନିକଟରେ ଶେଷ ହୋଇଥିବା ପ୍ୟାରିସ୍ ଅଲିମ୍ପିକ୍ସରେ ଗୋଟିଏ ରୋପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ଜିତିପାରିଛି । ଭାରତୀୟ ଆଥଲେଟଙ୍କ ତାଲିମ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଥିଲେ ବି ୧୪୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶ ପାଇଁ ଏହା ବଡ଼ ସଫଳତା ବୋଲି କୁହାଯାଇପାରିବ ନାହିଁ । ଅନ୍ୟପଟେ ବିଶ୍ବର ଏପରି ଏକ ଦେଶ ଯାହାକି ଗତ ଅଢେଇ ବର୍ଷ ହେଲା ଏକ ଯୁଦ୍ଧ ଲଢିଚାଲିଛି ଓ ସର୍ବସ୍ବାନ୍ତ ହୋଇସାରିଛି । ଏହି ଦେଶ ହେଉଛି ୟୁକ୍ରେନ ।
ଗତ ଅଢ଼େଇ ବର୍ଷ ହେବ ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଯୁଦ୍ଧ ଚାଲିଛି। ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ତଥାପି ୟୁକ୍ରେନ୍ ଅଲିମ୍ପିକ୍ସ ୨୦୨୪ରେ ୧୨ଟି ପଦକ ଜିତି ବିଶ୍ୱରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛି। ଘର ନିକଟରେ ଗୁଳି ଓ ବୋମା ବିସ୍ଫୋରଣର ଶବ୍ଦ ଆସିଲେ ଅଭ୍ୟାସ କରିବା ଖେଳାଳିଙ୍କ ପାଇଁ ସହଜ ନୁହେଁ। ତଥାପି ୟୁକ୍ରେନ ୩ ସ୍ବର୍ଣ୍ଣ ଓ ୫ ରୌପ୍ୟ ସହ ମୋଟ ୧୨ଟି ପଦକ ଜିତିପାରିଛି ।
୨୦୨୨ ୟୁରୋପୀୟ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ୟୁକ୍ରେନ ଜୁଡୋ ଆଥଲେଟ୍ ବୋଗଡାନ ଲାଡୋଭ୍ । ରୁଷିଆ ସହ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଛନ୍ତି ଯେ ଅଲିମ୍ପିକ୍ସ ଗେମ୍ସ ପାଇଁ ଅଭ୍ୟାସ କରିବା ସହଜ ନୁହେଁ। ଏଭଳି ପରିସ୍ଥିତିରେ ଅଭ୍ୟାସ କରିବା, ମ୍ୟାଚ୍ ରେ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସାମ୍ନା କରିବା ସହଜ ନୁହେଁ। କିନ୍ତୁ ଏହା ହୋଇପାରେ ଯେ ଆମ ଦେଶରେ ଚାଲିଥିବା ଏହି ଯୁଦ୍ଧ ମୋତେ ସାହାଯ୍ୟ କରୁଛି କାରଣ ମୋତେ ଏବଂ ଅନ୍ୟ ଆଥଲେଟମାନଙ୍କୁ ସବୁକିଛି ବାଜି ଲଗାଇ ଦେଶପାଇଁ ଭଲ ପ୍ରଦର୍ଶନ କରିବାକୁ ଉତ୍ସାହ ମିଳୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/WhatsApp-Image-2024-08-13-at-19.15.24.jpeg)