କିବ୍: ୟୁକ୍ରେନ୍ର କିକ୍ବକ୍ସିଂ ବିଜେତା ମାକ୍ସିମ ବୋର୍ଡୁସ ରୁଷୀୟ ସେନାଙ୍କ ଦ୍ବାରା ନିହତ ହୋଇଛନ୍ତି। ଏହି ବିଷୟରେ ୟୁକ୍ରେନ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ବୋର୍ଡୁସଙ୍କ ମୃତ୍ୟୁ ଜୁନ୍ ୧୧ ତାରିଖରେ ହୋଇଛି। ରୁଷୀୟ ସୈନ୍ୟଙ୍କ ସହ ସେ ଯୁଦ୍ଧ କରୁଥିଲା ବେଳେ ତାଙ୍କର ଦେହାନ୍ତ ହୋଇଥିଲା ବୋଲି ୟୁକ୍ରେନ ୱେବ୍ସାଇଟ୍ରେ ଦର୍ଶାଯାଇଛି। ଯୁଦ୍ଧରେ ନିହତ ହୋଇଥିବାରୁ ଦେଶ ପକ୍ଷରୁ ବୋର୍ଡୁସଙ୍କୁ ‘ୟୁକ୍ରେନ୍ର ହିରୋ’ ବୋଲି ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି ଘୋଷଣା କରିଛନ୍ତି। ବୋର୍ଡୁସ ବିଶ୍ବ କିକ୍ବକ୍ସିଂ ପକ୍ଷରୁ ଆୟୋଜିତ ପ୍ରତିଯୋଗିତା ଗୁଡ଼ିକରେ ଡଜେନରୁ ଅଧିକ ପଦକ ଜିତିଛନ୍ତି। ୟୁକ୍ରେନ କ୍ରୀଡ଼ାମନ୍ତ୍ରୀ କହିଛନ୍ତି ଯେ ଏହି ଯୁଦ୍ଧରେ ଏପ୍ରିଲରୁ ଏପର୍ଯ୍ୟନ୍ତ ୨୬୨ କ୍ରୀଡ଼ାବିତ୍ଙ୍କ ମୃତ୍ୟୁ ହେଲାଣି।
ଯୁଦ୍ଧରେ ୟୁକ୍ରେନ କିକ୍ବକ୍ସିଂ ବିଜେତା ବେର୍ଡୁସ ନିହତ
/sambad/media/post_attachments/wp-content/uploads/2023/06/g54j65d4654g65gjdj.jpg)