ଉମର ଅକମଲଙ୍କୁ ୩ ବର୍ଷ ପାଇଁ ବାସନ୍ଦ କଲା ପାକିସ୍ତାନ କ୍ରିକେଟ ବୋର୍ଡ

ନୂଆଦିଲ୍ଲୀ : ଦୁର୍ନୀତି ଅଭିଯୋଗରେ ପାକିସ୍ତାନ କ୍ରିକେଟ ଦଳର ଓ୍ୱିକେଟକିପର ବ୍ୟାଟ୍ସମ୍ୟାନ ଉମର ଅକମଲଙ୍କୁ ୩ ବର୍ଷ ପାଇଁ ବାସନ୍ଦ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । ବୋର୍ଡର ଦୁର୍ନୀତି ନିରୋଧୀ ଆଇନ ଅନୁସାରେ ତାଙ୍କୁ କ୍ରିକେଟର ସବୁ ଫର୍ମାଟରୁ ବାସନ୍ଦ କରାଯାଇଛି ।

ପୂର୍ବରୁ ମଧ୍ୟ ଉମର ଦୁର୍ନୀତି କାରଣରୁ ନିଳମ୍ବିତ ହୋଇଥିଲେ । ପାକିସ୍ତାନ ସୁପର ଲିଗ (ପିଏସଏଲ) ପୂର୍ବରୁ ତାଙ୍କୁ ପିସିବି ନିଳମ୍ବିତ କରିଥିଲା । ତାଙ୍କ ବିରୁଦ୍ଧରେ ମ୍ୟାଚ ଫିକ୍ସିଂ ଅଭିଯୋଗ ଆସିଥିଲେ ମଧ୍ୟ ସେ କେଉଁମାନେ ଏହି ଫିକ୍ସିଂରେ ସଂପୃକ୍ତ ସେମାନଙ୍କ ନାଁ ପ୍ରକାଶ ନକରିବାରୁ ତାଙ୍କୁ ଏହି ନିଳମ୍ବନ କରାଯାଇଥିଲା । କିନ୍ତୁ ସେ ନିଜ ଆଚରଣରେ ପରିବର୍ତ୍ତନ ନ ଆଣିବାରୁ ତାଙ୍କୁ ୩ ବର୍ଷ ପାଇଁ ବାସନ୍ଦ କରାଯାଇଛି । ଉମରଙ୍କ ବାସନ୍ଦ ସଂପର୍କରେ ପିସିବିର ଶୃଙ୍ଖଳାଗତ କମିଟିର ମୁଖ୍ୟ ଅବସରପ୍ରାପ୍ତ ବିଚାରପତି ଫଜଲ ଇ ମିରାନ ଘୋଷଣା କରିଛନ୍ତି ।

ପୂର୍ବରୁ ଥରେ ଗଣମାଧ୍ୟମକୁ ସେ କହିଥିଲେ ସେ ଗୋଟିଏ ଏକଦିବସୀୟ ମ୍ୟାଚରେ ଦୁଇଟି ଚୌକା ଛାଡ଼ିବାକୁ ତାଙ୍କୁ ୨ ଲକ୍ଷ ଡଲାର ଯଚାଯାଇଥିଲା । ସେହିପରି ଭାରତ ବିରୁଦ୍ଧରେ ଏକ ମ୍ୟାଚ ନ ଖେଳିବାକୁ ତାଙ୍କୁ ଡଲାର ଅଫର କରାଯାଇଥିଲା ।

ସମ୍ବନ୍ଧିତ ଖବର