ଉମେଶ ସ୍ମାରକୀ ଚେସ୍‌: ରାଜେନ୍ଦ୍ର ବିଜେତା

ଭୁବନେଶ୍ବର: ଉମେଶ ଚନ୍ଦ୍ର ମିଶ୍ର ସ୍ମାରକୀ ନିଖିଳ ଓଡ଼ିଶା ଓପନ୍‌ ଚେସ୍‌ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ରାଜେନ୍ଦ୍ର କୁମାର ସାହୁ ୭ ପଏଣ୍ଟ୍‌ ସହ ବିଜେତା ହୋଇଥିଲା ବେଳେ ରାଜେଶ ନାୟକ ଓ ସୌମ୍ୟରଂଜନ ମିଶ୍ର (୬.୫) ଦ୍ବିତୀୟ ଓ ତୃତୀୟରେ ରହିଥିଲେ। ଅଂଶୁମାନ ସାମଲ, ସଂଜୀବନ ନାୟକ, ବୀରକିଶୋର ବେହେରା, କମଳ ଲୋଚନ ପାଢ଼ୀ, ଦାଶରଥୀ ସାହୁ, ଲୋରେନ୍ସ ପ୍ରଧାନ, ପ୍ରିୟାଂଶ ଦାସ, ମାନସ ପରିଡ଼ା, ରବୀନ୍ଦ୍ର କୁମାର ଓଝା, ହର୍ସିତ ରଂଜନ ସାହୁ, ସ୍ବପ୍ନୀଲ ପ୍ରିୟଦର୍ଶୀ, ସର୍ବେଶ୍ବର ସାହୁ, ଶ୍ରୀୟାଂଶ ଦାସ, ଏସ୍‌ପି ସୂର୍ଯ୍ୟପ୍ରାଞ୍ଜଳ ଈନ୍ଦ୍ରଜିତ, ଆରିହା ମହାପାତ୍ର, ସଂଜୟ କୁମାର ମିତ୍ତଲ, ଧୀରେନ୍ଦ୍ର ଦାସ, ରୁଦ୍ରାଂଶୁ କୁମାର ମେହେର, ଓମ୍‌ ମିଶ୍ର, ଦୀପ୍ତି ରଂଜନ ନାୟକ, ଅଭିନାଶ ବଳିୟାରସିଂହ ଓ ଶ୍ରୀୟାଂସ ଦେ ଯଥାକ୍ରମେ ଚତୁର୍ଥରୁ ୨୫ତମ ସ୍ଥାନରେ ରହି ପୁରସ୍କୃତ ହୋଇଥି‌ଲେ। ଅନ୍ୟାନ୍ୟ ବର୍ଗରେ ରଶ୍ମିତା ପାତ୍ର, ସ୍ବର୍ଣ୍ଣଲତା ତ୍ରିପାଠୀ, କସ୍ତୁରୀ ପଟ୍ଟନାୟକ, ହେମନ୍ତ କୁମାର ନାୟକ, ସଂଜୟ ପଟ୍ଟନାୟକ, ବଂଶୀଧର ଭୋଇ, ସାଇ ଅମ୍ରିତ ପରିଜା, ଆୟୁଷ ଆର୍ଯ୍ୟନ୍‌ ମହାପାତ୍ର, ରୋହିତ ମଲ୍ଲିକ, ବୈଭବ ମାମୁନ୍ଦ୍ର, ଦିବ୍ୟସିଂହ ରାୟ, କାବ୍ୟା ଶର୍ମା, ଦୀପ୍ତିମୟୀ ସାହୁ ପୁରସ୍କୃତ ହୋଇଥିଲେ। ୩ ଦିନିଆ ଏହି ପ୍ରତିଯୋଗିତାରେ ଅତିଥିଭାବେ ଗାୟିକା ଶୈଳଭାମା ମହାପାତ୍ର, ସମ୍ଭାବନାର ସମ୍ପାଦକ ଦେବ ପରିଜା, ଓଡ଼ିଶା ଚେସ୍‌ ସଂଘ ସମ୍ପାଦକ ସବିତା ତ୍ରିପାଠୀ, ଆୟୋଜକ ସମିତିର ସଭାପତି ତରୁଣ କୁମାର ତ୍ରିପାଠୀ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥି‌ଲେ।

ସମ୍ବନ୍ଧିତ ଖବର