ବେଙ୍ଗାଲୁରୁ: ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଆଫ୍ଗାନିସ୍ତାନର ପଦାର୍ପଣ ଟେଷ୍ଟରେ ୪ ଓ୍ଵିକେଟ୍ (ପ୍ରଥମ ପାଳିରେ ୧ ଓ ଦ୍ୱିତୀୟ ପାଳିରେ ୩) ଅକ୍ତିଆର କରିଥିବା ଉମେଶ ଯାଦବ ଅଷ୍ଟମ ଭାରତୀୟ ଦ୍ରୁତ ବୋଲର ଭାବେ ୧୦୦ ଓ୍ଵିକେଟ୍ ପୂରଣ କରିଛନ୍ତି। ସେ ଇର୍ଫାନ୍ ପଠାନ୍ଙ୍କ ସମକକ୍ଷ ହୋଇଥିଲା ବେଳେ ଅନ୍ୟତମ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଆଫ୍ଗାନିସ୍ତାନର ପଦାର୍ପଣ ଟେଷ୍ଟରେ ୪ ଓ୍ଵିକେଟ୍ (ଉଭୟ ପାଳିରେ ୨ ଲେଖାଏଁ) ଅକ୍ତିଆର କର ଜଭାଗଲ୍ ଶ୍ରୀନାଥଙ୍କ ସମକକ୍ଷ ହୋଇଛନ୍ତି। ଭାରତର ଦ୍ରୁତ ବୋଲର ଭାବେ ସର୍ବାଧିକ ଟେଷ୍ଟ ଓ୍ଵିକେଟ୍ ଦଖଲ କରିବାର କୀର୍ତିମାନ କିମ୍ବଦନ୍ତୀ କପିଳ ଦେବଙ୍କ ନାମରେ ରହିଛି। କପିଳ ୧୩୧ ଟେଷ୍ଟରୁ ୪୩୪ ଓ୍ଵିକେଟ୍ ଅକ୍ତିଆର କରିଥିଲା ବେଳେ ତାଙ୍କ ପଛକୁ ପଛ ଜାହିର ଖାନ୍ (୩୧୧ ଓ୍ଵିକେଟ୍, ୯୨ ଟେଷ୍ଟ), ଜଭାଗଲ୍ ଶ୍ରୀନାଥ (୨୩୬ ଓ୍ଵିକେଟ୍, ୬୭ ଟେଷ୍ଟ), ଈଶାନ୍ତ ଶର୍ମା (୨୩୬* ଓ୍ଵିକେଟ୍, ୮୨ ଟେଷ୍ଟ), ମହମ୍ମଦ ସାମି (୧୧୦ ଓ୍ଵିକେଟ୍, ୩୦ ଟେଷ୍ଟ), କର୍ଷଣ ଘାବ୍ରି (୧୦୯ ଓ୍ଵିକେଟ୍, ୩୯ ଟେଷ୍ଟ), ଇର୍ଫାନ୍ ପଠାନ୍ (୧୦୦ ଓ୍ଵିକେଟ୍, ୨୯ ଟେଷ୍ଟ) ଏବଂ ଉମେଶ ଯାଦବ (୧୦୦* ଓ୍ଵିକେଟ୍, ୩୭ ଟେଷ୍ଟ) ରହିଛନ୍ତି। ତେବେ ସର୍ବାଧିକ ଟେଷ୍ଟ ଓ୍ଵିକେଟ୍ ଅକ୍ତିଆର କରିବାରେ ସ୍ପିନ୍ କିମ୍ବଦନ୍ତୀ ଅନୀଲ କୁମ୍ବଲେଙ୍କ ନାମରେ ଭାରତୀୟ କୀର୍ତିମାନ ରହିଛି। କୁମ୍ବଲେ ୧୩୨ ମ୍ୟାଚ୍ରୁ ୬୧୯ ଓ୍ଵିକେଟ୍ ଦଖଲ କରି ଏହି କୀର୍ତିମାନ ନିଜ ନାମରେ ଅତୁଟ ରଖିଛନ୍ତି।
ଉମେଶଙ୍କୁ ୧୦୦ ଓ୍ଵିକେଟ୍, ଶ୍ରୀନାଥଙ୍କ ସମକକ୍ଷ ହେଲେ ଈଶାନ୍ତ
/sambad/media/post_attachments/wp-content/uploads/2018/06/7-umesh-yadav.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)