ଓ୍ଵର୍ସେଷ୍ଟର: ସୋମବାରଠାରୁ ଆରମ୍ଭ ହୋଇଥିବା ଭାରତ ‘ଏ’- ଇଂଲଣ୍ଡ ଲାୟନ୍ସ ଅଣଆନୁଷ୍ଠାନିକ ଟେଷ୍ଟରେ ଇଂଲଣ୍ଡ ଲାୟନ୍ସ ଦୃଢ଼ ସ୍ଥିତିରେ ରହିଛି। ୯ ରନ୍ରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ତଥା ଅଧିନୟକ ରଏ ବର୍ନସ (୫)ଙ୍କୁ ହରାଇବା ସତ୍ତ୍ୱେ ଆଲେଷ୍ଟର କୁକ୍ (୧୫୪*)ଙ୍କ ଲଢ଼ୁଆ ଶତକ ବଳରେ ଏହି ଦଳ ପ୍ରଥମ ଦିନରେ ମାତ୍ର ୨ ଓ୍ଵିକେଟ୍ ବିନିମୟରେ ୩୧୦ରନ୍ କରି ନେଇ ଦୃଢ଼ ସ୍ଥିତିରେ ରହିଛି। କୁକ୍ଙ୍କ ଛଡ଼ା ନିକ୍ ଗବିନ୍ସ (୭୩)ଙ୍କ ଅର୍ଧଶତକ ମଧ୍ୟ ଆଜି ଇଂଲଣ୍ଡ ଲାୟନ୍ସ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଏକମାତ୍ର ଟେଷ୍ଟ ମୁକାବିଲାର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କୁକ୍ଙ୍କ ସହ ଡେଓ୍ଵିଡ୍ ମଲାନ (୫୯*) ଅପରାଜିତ ରହିଛନ୍ତି। ଭାରତ ‘ଏ’ ପାଇଁ ପ୍ରଥମ ଦିନର ୨ ଓ୍ଵିକେଟ୍ ଅଙ୍କିତ ରାଜପୁତ (୧୬-୫-୪୧-୧) ଏବଂ ନଭଦୀପ ସାଇନି (୧୮-୪-୬୧-୧)ଅକ୍ତିଆର କରିଛନ୍ତି।
ଅଣଆନୁଷ୍ଠାନିକ ଟେଷ୍ଟ୍:କୁକ୍ ଶତକରେ ଭାରତ ‘ଏ’ ଘାଇଲା
/sambad/media/post_attachments/wp-content/uploads/2018/07/alastair-cook.jpg)