୧୦ କୋଟି କ୍ଲବ୍‌ରେ ଉନାଦକଟ

ବେଙ୍ଗାଲୁରୁ: ଆଇପିଏଲ୍‌ ନିଲାମ-୨୦୧୮ର ଦ୍ୱିତୀୟ ଦିନରେ ଘରୋଇ ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଦକଟଙ୍କ ଭାଗ୍ୟ ଫିଟି ଯାଇଥିଲା। ସୌରାଷ୍ଟ୍ର ରଣଜୀ ଦଳର ଏହି ପ୍ରତିଭାବାନ ବୋଲରଙ୍କୁ ରାଜସ୍ଥାନ ରୟାଲ୍ସ ୧୧.୫ କୋଟି ଟଙ୍କାରେ କିଣିଥିଲା। ଫଳରେ ସେ ଲୋକେଶ ରାହୁଲ ଏବଂ ମନୀଷ ପାଣ୍ଡେଙ୍କୁ ପଛରେ ପକାଇ ଚଳିତବର୍ଷର ସବୁଠାରୁ ଦାମୀ ଭାରତୀୟ ଖେଳାଳି ହୋଇଥିଲେ। ଶନିବାର ନିଲାମର ପ୍ରଥମ ଦିନରେ ଉଭୟ ରାହୁଲ ଏବଂ ମନୀଷ ୧୧ କୋଟି ଲେଖାଏଁରେ ବିକ୍ରି ହୋଇଥିଲେ। ଉନାଦକଟ ଏହି ଦୁଇଜଣଙ୍କଠାରୁ ୫୦ ଳକ୍ଷ ଟଙ୍କା ଅଧିକ ପାଇଥିଲେ। ଦୁଇଦିନର ନିଲାମ ଶେଷରେ କିନ୍ତୁ ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ ସବୁଠାରୁ ଦାମୀ ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ। ଶନିବାର ତାଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ୧୨.୫ କୋଟି ଟଙ୍କାରେ କିଣିଥିଲା। ଶନିବାର-ରବିବାର ଦୁଇ ଦିନରେ ୮ଟି ଯାକ ଫ୍ରାଞ୍ଚାଇଜି ମିଳିତ ଭାବେ ୪୩୧ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ କରିଥିଲେ। ସେମାନେ ମୋଟ ୧୬୯ ଜଣ ଖେଳାଳି କିଣିଥିଲେ। ଚେନ୍ନାଇ ସୁପରକିଙ୍ଗ୍ସ, ସନ୍‌ରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ ଡେୟାର ଡେଭିଲ୍ସ ୨୫ ଜଣିଆ ଦଳ ଗଠନ କରିଥିଲେ। ଅନ୍ୟ ପକ୍ଷରେ କୋଲକାତା ନାଇଟ୍‌ ରାଇଡର୍ସ ସବୁଠାରୁ କମ୍‌ ୧୯, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୨୪, କିଙ୍ଗ୍ସ ଏକାଦଶ ପଞ୍ଜାବ ୨୦, ଜଣିଆ ଦଳ କରିଥିଲେ।
ଦୁଇଟି ପର୍ଯ୍ୟାୟ ଡାକରେ ଆଶ୍ଚର୍ଯ୍ୟଜନକ ଭାବେ କୌଣସି ଦଳ େଓ୍ଵଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କୁ କିଣି ନଥିଲେ। ହେଲେ ଶେଷରେ ଫ୍ରାଞ୍ଚାଇଜିଙ୍କ ଅନୁରୋଧ କ୍ରମେ ୧୫ ଜଣ ଖେଳାଳିଙ୍କ ନାଁକୁ ପୁନର୍ବାର ଡାକ ହେଲା ବେଳେ କିଙ୍ଗ୍ସ ଏକାଦଶ ପଞ୍ଜାବ ତାଙ୍କୁ ୨ କୋଟିରେ କିଣିଥିଲା। ଏହା ମଧ୍ୟ ଥିଲା ତାଙ୍କ ମୂଳ ଦର। ଶ୍ରୀଲଙ୍କାର ଲୋକପ୍ରିୟ ବୋଲର ଲସିଥ ମାଲିଙ୍ଗାଙ୍କୁ କିନ୍ତୁ କେହି କିଣି ନଥିଲେ। ଦୁଇ ଦିନର ନିଲାମ ପରେ ଷ୍ଟୋକ୍ସ, ରାହୁଲ ଏବଂ ପାଣ୍ଡେଙ୍କ ପରେ ଚତୁର୍ଥ ଖେଳାଳି ଭାବେ ଉନାଦକଟ ୧୦ କୋଟିଆ କ୍ଲବରେ ସାମିଲ ହୋଇଥିଲେ।
ରବିବାର ଦ୍ୱିତୀୟ ଦିନରେ ବିକ୍ରି ହୋଇଥିବା ପ୍ରମୁଖ ବିଦେଶୀ ଖେଳାଳିଙ୍କ ମଧ୍ୟରେ ଥିଲେ ଅଷ୍ଟ୍ରେଲିଆର ଆନ୍ଦ୍ରେ ଟାଏ (୭.୨ କୋଟି, କିଙ୍ଗ୍ସ ଏକାଦଶ ପଞ୍ଜାବ), ଆଫଗାନିସ୍ତାନ ସ୍ପିନର ମୁଜୀବ ଜର୍ଦାନ (୪ କୋଟି, କିଙ୍ଗ୍ସ ଏକାଦଶ ପଞ୍ଜାବ), ଆଫଗାନିସ୍ତାନର ୧୯ ବର୍ଷୀୟ ଚାଇନାମ୍ୟାନ୍‌ ବୋଲର ଜାହିର ଖାନଙ୍କୁ ରାଜସ୍ଥାନ ରୟାଲ୍ସ ୬୦ ଲକ୍ଷରେ ନେଇଥିଲା। ନେପାଳ ସ୍ପିନର ସନ୍ଦୀପ ଲାମିଚାନେଙ୍କୁ ଦିଲ୍ଲୀ ଡେୟାର ଡେଭିଲ୍ସ ୨୦ ଲକ୍ଷରେ କିଣିବା ପରେ ସେ ଇତିହାସ ରଚିଥିଲେ। କୌଣସି ଆଇପିଏଲ୍‌ ଦଳରେ ସ୍ଥାନ ପାଇବାରେ ସେ ନେପାଳର ପ୍ରଥମ ଖେଳାଳି ହୋଇଥିଲେ। ସେହିଭଳି କର୍ଣ୍ଣାଟକର ଯୁବ ସ୍ପିନର କ୍ରିଷ୍ଣପ୍ପା ଗୌତମ ନିଜ ମୂଳ ଦର ୨୦ ଲକ୍ଷର ୩୧ ଗୁଣରେ ବିକ୍ରି ହୋଇଥିଲେ। ତାଙ୍କୁ ନେବାକୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଜୋରଦାର ମୁକାବିଲା ହୋଇଥିଲା। ଶେଷରେ ରାଜସ୍ଥାନ ତାଙ୍କୁ ୬.୨ କୋଟି ଟଙ୍କାରେ କିଣିଥିଲା। ପଞ୍ଜାବର ସନ୍ଦୀପ ଶର୍ମା ୩ କୋଟି (ସନରାଇଜର୍ସ ହାଇଦ୍ରାବାଦ), ମହମ୍ମଦ ସିରାଜ (ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର) ୨.୬ କୋଟି ଏବଂ ସାର୍ଦୁଲ ଠାକୁର (ଚେନ୍ନାଇ ସୁପରକିଙ୍ଗ୍ସ) ୨.୬ କୋଟିରେ ବିକ୍ରି ହୋଇଥିଲେ। ଭାରତୀୟ ୧୯ ବର୍ଷରୁ କମ୍‌ ଦଳର ସଦସ୍ୟ ମନଜ୍ୟୋତ କାଲ୍ରା (ଦିଲ୍ଲୀ ଡେୟାର ଡେଭିଲ୍ସ) ୨୦ ଲକ୍ଷ, ସଚିନ ବେବି (ସନରାଇଜର୍ସ ହାଇଦ୍ରାବାଦ) ୨୦ ଲକ୍ଷ ଏବଂ ରିଙ୍କୁ ସିଂହ (କୋଲକାତା ନାଇଟ୍‌ ରାଇଡର୍ସ)ଙ୍କ ଦର ୮୦ ଲକ୍ଷ ଟଙ୍କା ଥିଲା। ଅଲରାଉଣ୍ଡର ଶିବମ ମାଭୀଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ୩ କୋଟି ଟଙ୍କାରେ ନେଇଥିଲା। ଅନ୍ୟତମ ଭାରତୀୟ ୧୯ ବର୍ଷରୁ କମ୍‌ ତାରକା ଅଭିଷେକ ଶର୍ମାଙ୍କୁ ଦିଲ୍ଲୀ ଡେୟାର ଡେଭିଲ୍ସ ୫୫ ଲକ୍ଷରେ କିଣିଥିଲା।

ଗେଲ୍‌ଙ୍କୁ ଶେଷରେ ପଞ୍ଜାବ କିଣିଲା
ମାଲିଙ୍ଗାଙ୍କୁ କେହି ନେଲେନି
ମୂଦଳରର ୩୧ ଗୁଣରେ ବିକ୍ରି ହେଲେ ଗୌତମ
ନେପାଳୀ ସ୍ପିନର ଲାମିଚାନେ ରଚିଲେ ଇତିହାସ

ବିକ୍ରି ହେଲେନି
ଲସିଥ ମାଲିଙ୍ଗା, ବରୁଣ ଆରୋନ, ଅଶୋକ ଦିଣ୍ଡା, ମାର୍ଟିନ ଗପ୍ଟିଲ, ରଜତ ଭାଟିଆ, ଜାସନ ହୋଲ୍ଡର, ଥିସାରା ପେରେରା, ଅଭିମନ୍ୟୁ ମିଥୁନ, ଟାଇମଲ ମିଲ୍ସ, ଆଦାମ ମିଲନେ, ଉନ୍ମୁକ୍ତ ଚାନ୍ଦ, ବାବା ଅପରାଜିତ, ଆଷ୍ଟନ ଆଗର, ପ୍ରଜ୍ଞାନ ଓଝା, ନିରୋସାନ ଡିକେଓ୍ଵଲା, ଚାର୍ଲସ ଜନସନ, ନାଥନ ଲିୟନ, ଫଓ୍ଵାଦ ଅହମ୍ମଦ, ଡେଲ୍‌ ଷ୍ଟେନ୍‌, କୋରି ଆଣ୍ଡରସନ୍‌, ମୋଜେସ୍‌ ହେନରିକ୍ସ, ଆଲେକ୍ସ ହାଲେସ୍‌, ଇଅନ ମୋର୍ଗାନ, ଲେଣ୍ଡଲ ସିମନ୍ସ, କଲିନ ଇଙ୍ଗ୍ରାମ, ସନ୍‌ ମାର୍ସ, ଇକବାଲ ଅବଦୁଲ୍ଲା।

ପ୍ରଜ୍ଞାନ ଅଲୋଡ଼ା
ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ କୌଣସି ଦଳ କିଣି ନାହାନ୍ତି। ରବିବାର ତାଙ୍କ ନାଁ ନିଲାମ ଟେବୁଲକୁ ଆସିଥିଲା। ହେଲେ କୌଣସି ଦଳ ତଙ୍କୁ କିଣିବାକୁ ଆଗ୍ରହ ପ୍ରକାଶ କରି ନଥିଲେ। ସେହିଭଳି ତାଲିକାରେ ଥିବା ଓଡ଼ିଶା ରଣଜୀ ଦଳ ଅଧିନାୟକ ଗୋବିନ୍ଦ ପୋଦ୍ଦାର ମଧ୍ୟ କ୍ରେତା ପାଇ ନଥିଲେ। ପୋଦ୍ଦାର ପୂର୍ବରୁ କେବିବି ଆଇପିଏଲ୍‌ ଖେଳି ନଥିଲା ବେଳେ ପ୍ରଜ୍ଞନ କିନ୍ତୁ ଏକାଧିକ ଋତୁରେ ସକ୍ରୀୟ ଥିଲେ। ଭାରତ ପକ୍ଷରୁ ଟେଷ୍ଟ, ଟେ୍ଵଣ୍ଟି-୨୦ ଏବଂ ଦିନିକିଆ ଖେଳିଥିବାେ ପ୍ରଞ୍ଜାନ ଡେକାନ ଚାର୍ଜର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ୍‌ ଖେଳିଥିଲେ। ୩୨ ବର୍ଷୀୟ ପ୍ରଞ୍ଜାନ ଅଷ୍ଟ୍ରେଲିଆର ପୂର୍ବତନ ଓ୍ଵିକେଟ୍‌ ରକ୍ଷକ ଆଦାମ ଗିଲକ୍ରିଷ୍ଟଙ୍କ ନେତୃତ୍ୱରେ ୨୦୦୯ରେ ବିଜେତା ହୋଇଥିବା ଡେକାନ୍‌ ଚାର୍ଜର୍ସ ଦଳର ଅନ୍ୟତମ ସଦସ୍ୟ ଥିଲେ।

ଚେନ୍ନାଇ ସୁପରକିଙ୍ଗ୍ସ: ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା, ରବୀନ୍ଦ୍ର ଜାଦେଜା, ଫାଫ ଡୁ’ ପ୍ଲେସିସ୍‌, ହରଭଜନ ସିଂହ, ଡେ୍ଵନ୍‌ ବ୍ରାଭୋ, କେଦାର ଯାଦବ, ଅମ୍ବାତି ରାୟୁଡୁ, ଇମ୍ରାନ୍‌ ତାହିର, କର୍ଣ୍ଣ ଶର୍ମା, ସାର୍ଦୁଲ ଠାକୁର, ନାରାୟଣ ଜଗଦୀଶନ, ମିଚେଲ ସାଣ୍ଟନର, ଦୀପକ ଚହର, କେଏମ୍‌ ଆସିଫ, କନିଷ୍କ ସେଠ୍‌, ଲୁଙ୍ଗି ଏନଗିଡ଼ି, ଧୃବ ସୁରୀ, ମୁରଲୀ ବିଜୟ, ସାମ୍‌ ବିଲିଙ୍ଗ୍ସ, ମାର୍କ ଉଡ୍‌, କ୍ଷିତିଜ୍‌ ଶର୍ମା, ମୋନୁ ସିଂହ, ଚୈତନ୍ୟ ବିଷ୍ଣୋଇ।
ଦିଲ୍ଲୀ ଡେୟାରଡେଭିଲ୍ସ: ଗୌତମ ଗମ୍ଭୀର, ଶ୍ରେୟସ୍‌ ଆୟର, କ୍ରିସ୍‌ ମୋରିସ୍‌, ଋଷବ ପନ୍ତ, ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌, ଜାସନ ରାଏ, କଲିନ୍‌ ମୁନ୍ରୋ, ମହମ୍ମଦ ସାମି, କିଗାସୋ ରବାଦା, ଅମିତ ମିଶ୍ର, ପୃଥ୍ଵୀ ସ’, ରାହୁଲ ତିଓ୍ଵାତିଆ, ବିଜୟ ଶଙ୍କର, ହର୍ଷଲ ପଟେଲ, ଅଭେସ୍‌ ଖାନ୍‌, ସାହାବାଜ ନଦୀମ, ଡାନିଏଲ୍‌ କ୍ରିଷ୍ଟିଆନ୍‌, ଜୟନ୍ତ ଯାଦବ, ଗୁରୁକିରଟ ସିଂହ, ଟ୍ରେଣ୍ଟ ବୋଲ୍ଟ, ମନଜ୍ୟୋତ୍‌ କାଲ୍ରା, ଅଭିଷେକ ଶର୍ମା, ସନ୍ଦୀପ ଲାମିଚାନେ, ନମନ ଓଝା, ସାୟନ ଘୋଷ।
ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, ହାର୍ଦିକ ପାଣ୍ଡ୍ୟା, ଯସପ୍ରୀତ ବୁମ୍‌ରା, କିରଣ ପୋଲାର୍ଡ, ସୁସ୍ତାଫିଜୁର ରେହମାନ, ପ୍ୟାଟ୍‌ କମିନ୍ସ, ସୂର୍ଯ୍ୟ କୁମାର ଯାଦବ, କ୍ରୁନାଲ ପାଣ୍ଡ୍ୟା, ଈଶାନ କିଶନ, ରାହୁଲ ଚହର, ଏଭିନ ଲୁଇସ୍‌, ସୌରଭ ତିଓ୍ଵାରୀ, ବେନ୍‌ କଟିଂ, ପ୍ରଦୀପ ସାଙ୍ଗଓ୍ଵାନ, ଜେପି ଡୁମିନି, ଜାସନ ବେହେରେନଡ୍ରଫ୍‌, ତାଜିନ୍ଦର ସିଂହ ଢିଲୋଁ, ଶରଦ ଲୁମ୍ବା, ଶିଦେଶ ଲାଡ୍‌, ଆଦିତ୍ୟ ତାରେ, ମୟଙ୍କ ମାର୍କଣ୍ଡେ, ଆଖିଳ ଧନଞ୍ଜୟ, ଅଙ୍କୁଲ ରଏ, ମୋହସିନ୍‌ ଖାନ୍‌, ଏମଡି ନିଧିଶ।
କୋଲକାତା ନାଇଟ୍‌ ରାଇଡର୍ସ: ରବିନ ଉଥାପ୍ପା, ଆନ୍ଦ୍ରେ ରସେଲ, ସୁନୀଲ ନରିନ, ମିଚେଲ ଷ୍ଟାର୍କ, କ୍ରିସ୍‌ ଲିନ୍‌, ଦୀନେଶ କାର୍ତିକ, ମିଚେଲ ଜନସନ, ପୀୟୂଷ ଚାଓ୍ଵଲା, କୁଲଦୀପ ଯାଦବ, ଶୁଭମନ ଗିଲ୍‌, ଈଶାଙ୍କ ଜାଗି, କମଲେଶ ନାଗରକୋଟୀ, ନୀତିଶ ରାଣା, ବିନୟ କୁମାର, ଅପୂର୍ବ ଓ୍ଵାଙ୍ଖଡ଼େ, ରିଙ୍କୁ ସିଂହ, ଶିଭମ୍‌ ମାଭୀ, କ୍ୟାମରୁନ୍‌ ଡେଲପୋର୍ଟ, ଜାଭନ ସିୟରଲେସ୍‌।
ରାଜସ୍ଥାନ ରୟାଲ୍ସ: ଷ୍ଟିଭେନ୍‌ ସ୍ମିଥ୍‌, ବେନ୍‌ ଷ୍ଟୋକ୍ସ, ଅଜିଙ୍କ୍ୟ ରାହାଣେ, ଷ୍ଟୁଆର୍ଟ ବିନ୍ନି, ସଞ୍ଜୁ ସାମସନ, ଜୋସ୍‌ ବଟଲର, ରହୁଲ ତ୍ରିପାଠୀ, ଡାର୍କି ସଟ୍‌, ଜୋଫ୍ରା ଆର୍ଚର, କ୍ରିଷ୍ଣପ୍ପା ଗୌତମ, ଧବଲ କୁଲକର୍ଣ୍ଣି, ଜୟଦେବ ଉନାଦକଟ, ଅଙ୍କିତ ଶର୍ମା, ଅନୁପ୍ରୀତ ସିଂହ, ଜାହିର ଖାନ୍‌, ଶ୍ରେୟସ୍‌ ଗୋପାଳ, ପ୍ରଶାନ୍ତ ଚୋପ୍ରା, ଏମଏସ୍‌ ମିଧୁନ, ଡଗ୍‌ ଲାଫଲିନ୍‌, ମହିପାଲ ଲାମରୋର, ଆର୍ଯ୍ୟମନ ବିର୍ଲା, ଯାତୀନ ସକ୍ସେନା, ଦୁଷ୍ମନ୍ତ ଚାମିରା।
କିଙ୍ଗ୍ସ ଏକାଦଶ ପଞ୍ଜାବ: ଯୁବରାଜ ସିଂହ, ଅକ୍ଷର ପଟେଲ, ଆର ଅଶ୍ୱିନ, କରୁଣ ନାୟର, ଲୋକେଶ ରାହୁଲ, କ୍ରିସ୍‌ ଗେଲ୍‌, ଡେଭିଡ୍‌ ମିଲର, ଆରୋନ ଫିଞ୍ଚ, ମାର୍କସ ଷ୍ଟୋଇନିସ୍‌, ମୟଙ୍କ ଅଗ୍ରଓ୍ଵାଲ, ଅଙ୍କିତ ରାଜପୁତ, ମନୋଜ ତିଓ୍ଵାରୀ, ମୋହିତ ଶର୍ମା, ମୁଜୀବ ଜର୍ଦାନ, ବରୀନ୍ଦର ସ୍ରନ୍‌, ଆନ୍ଦ୍ରେ ଟାଏ, ଆକାଶଦୀପ ନାଥ, ବେନ୍‌ ଡ୍ଵାରସୁଇସ୍‌, ପ୍ରଦୀପ ସାହୁ, ମୟଙ୍କ ଦାଗର, ମନଜୁର ଦାର୍‌।
ସନ୍‌ରାଇଜର୍ସ ହାଇଦ୍ରାବାଦ: ଭୁବନେଶ୍ୱର କୁମାର, ଡେଭିଡ୍‌ ଓ୍ଵାର୍ନର, ଶିଖର ଧାଓ୍ଵନ, ସକିବ-ଅଲ୍‌-ହାସନ, କେନ୍‌ ଓ୍ଵିଲିୟମସନ୍‌, ମନୀଷ ପାଣ୍ଡେ, କାର୍ଲୋସ୍‌ ବ୍ରାଥେଓ୍ଵଟ୍‌, ୟୁସୁଫ ପଠାନ, ରିଦ୍ଧିମାନ ସାହା, ରସିଦ ଖାନ୍‌, ରିକି ଭୂଇ, ଦୀପକ ହୁଦା, ସାଦ୍ଧାର୍ଥ କୌଲ, ଟି ନଟରାଜନ, ଗୁଲାମ ନବି, ବାସିଲ ଥମ୍ପି, ଖଲିଲ ଅହମ୍ମଦ, ସନ୍ଦୀପ ଶର୍ମା, ସଚିନ ବେବି, କ୍ରିସ୍‌ ଜୋର୍ଡାନ୍‌, ବିଲି ଷ୍ଟାନଲେକ୍‌, ତନ୍ମୟ ଅଗ୍ରଓ୍ଵାଲ, ଶ୍ରୀବତ୍ସ ଗୋସ୍ୱାମୀ, ବିପୁଲ ଶର୍ମା, ମେହେଦି ହାସନ।
ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି, ଏବି ଡିଭିଲିୟର୍ସ, ସର୍ଫରାଜ ଖାନ୍‌, ବ୍ରେଣ୍ଡନ ମ୍ୟାକଲମ୍‌, କ୍ରିସ୍‌ ଓକ୍ସ, କଲିନ୍‌ ଡି ଗ୍ରାଣ୍ଢୋମେ, ମୋଇନ ଅଲ୍ଲୀ, କ୍ୱିଣ୍ଟନ ଡି’ କକ୍‌, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ମନନ ଭୋରା, କୁଲବନ୍ତ ଖେଜ୍ରୋଲିଆ, ଅଙ୍କିତ ଚୌଧୁରୀ, ନଭଦୀପ ସାଇନି, ଏମ୍‌ ଅଶ୍ୱିନ, ମନଦୀପ ସିଂହ, ଓ୍ଵାସିଂଟନ ସୁନ୍ଦର, ପବନ ନେଗୀ, ସିରାଜ ଖାନ୍‌, ନାଥନ କୁଲଟର ନାଇଲ୍‌, ଟିମ୍‌ ସାଉଦି, ପାର୍ଥିବ ପଟେଲ, ଅନିରୁଦ୍ଧ ଯୋଶୀ, ପବନ ଦେଶପାଣ୍ଡେ।

ସମ୍ବନ୍ଧିତ ଖବର