୧୬ବର୍ଷରୁ କମ୍ ଅନ୍ତଃ ଜିଲ୍ଲା କ୍ରିକେଟ୍‌: ଝାରସୁଗୁଡ଼ା, ଯାଜପୁର, ବଲାଙ୍ଗୀର, କଟକ ଏ’, ଗଂଜାମ, ସୁନ୍ଦରଗଡ଼ ବିଜୟୀ

ନିରଂଜନ, ଆଶିଷଙ୍କ ଶତକ; ରୋହନ, ଦୀପକ, କାର୍ତ୍ତିକ, ରାଜାଙ୍କୁ ୫ ୱିକେଟ୍‌

କଟକ: ଓସିଏ ପକ୍ଷରୁ ପରିଚାଳିତ ଅନ୍ତଃଜିଲ୍ଲା ୧୬ ବର୍ଷରୁ କମ୍‌ କ୍ରିକେଟ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ଗୁଡ଼ିକରେ ଝାରସୁଗୁଡ଼ା, ଯାଜପୁର,ବଲାଙ୍ଗୀର, କଟକ ଏ’, ଗଂଜାମ, ସୁନ୍ଦରଗଡ଼ ବିଜୟୀ ହୋଇଛନ୍ତି। ଅଡ଼ଶପୁର ପଡିଆରେ ଅନୁଷ୍ଠିତ ମ୍ୟାଚ୍‌ରେ ଝାରସୁଗୁଡ଼ା ୯ ୱିକେଟ୍‌ରେ କଳାହାଣ୍ଡିକୁ ହରାଇଛି। କଳାହାଣ୍ଡି ୨୭.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ୭୭ ରନ୍ କରିଥିଲା। ଜବାବରେ ଝାରସୁଗୁଡା ୧୧.୩ ଓଭରରେ ମାତ୍ର ୧ ୱ‌ିକେଟ୍‌ ହରାଇ ବିଜୟୀ ହୋଇଥିଲା। ବିଜୟୀ ଦଳର ଦୀପକ କୁମାର ଯାଦବ ୨୬ ରନ୍ ବ୍ୟୟ କରି ୫ ୱିକେଟ୍‌ ନେଇଥିଲେ। ବିଜେଏଚ୍‌ଏସ୍ ପଡ଼ିଆରେ ଅନୁ୍ଷ୍ଠିତ ମ୍ୟାଚ୍‌ରେ ଯାଜପୁର ୧୧୨ ରନରେ କେନ୍ଦ୍ରାପକଡ଼ାକୁ ହରାଇଛି। କ୍ରୀଷ୍ଣା ଚୌଧୁରୀଙ୍କ ୯୮ ରନ୍‌ ସହାୟତାରେ ଯାଜପୁର ୪୬ ଓଭରରେ ୮ ୱିକେଟ୍‌ ହରାଇ ୨୧୭ ରନ୍ କରିଥିଲା ବେଳେ କେନ୍ଦ୍ରାପଡ଼ା ୨୮.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୦୫ ରନ୍ କରିପାରିଥିଲା। ଯାଜପୁରର ମହମ୍ମଦ ରାଜା ୭/୩୪ ବୋଲିଂ ସଫଳତା ପାଇଥିଲେ। ରେଭେନ୍‌ସା ପଡିଆ-୨ରେ ଅନୁଷ୍ଠିତ ମ୍ୟାଚ୍‌ରେ ବଲାଙ୍ଗୀର ୨୮୪ ରନ୍‌ରେ ‌ସୋନପୁରକୁ ହରାଇଛି। ପ୍ରଥମେ ବ୍ୟାଟିଂ କରିଥିବା ବଲାଙ୍ଗୀର ନିରଂଜନ ରଥଙ୍କ ୧୨୬ ରନ୍ ସହାୟତାରେ ୪୯.୪ ଓଭରରେ ୩୧୫/୧୦ ରନ୍ କରିଥିଲା। ଜବାବରେ ‌ସୋନପୁର ୨୨.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ମାତ୍ର ୩୧ ରନ୍ କରିବାକୁ ସମର୍ଥ ହୋଇଥିଲା।

‌ସୋନପୁରର ରୋହନପ୍ରୀତ୍‌ ୫୨ ରନ୍ ଦେଇ ୫ ୱିକେଟ୍‌ ନେଇଥିଲେ। ବିଡ଼ାନାସୀ ପଡ଼ିଆରେ ଅନୁଷ୍ଠିତ ମ୍ୟାଚ୍‌ରେ କଟକ ଏ’ ୨୪୦ ରନ୍‌ରେ ନବରଙ୍ଗପୁରକୁ ହରାଇଛି। ଆଶିଷ କୁମାର ବେହେରାଙ୍କ ୧୧୦ ରନ୍‌ ସହାୟତାରେ କଟକ ଏ’ ୪୬ ଓଭରରେ ୮ ୱିକେଟ୍‌ ହରାଇ ୩୧୯ ରନ୍ କରିଥିଲା। ଜବାବ‌ରେ ନବରଙ୍ଗପୁର ୧୬.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୭୯ ରନ୍ କରିବାକୁ ସମର୍ଥ ହୋଇଥିଲା। ନିମପୁର ପଡ଼ିଆରେ ଅନୁଷ୍ଟିତ ମ୍ୟାଚ୍‌ରେ ଗଂଜାମ ୧୦ ୱିକେଟ୍‌ରେ ଅନୁଗୁଳକୁ ହରାଇଛି। ଗଂଜାମ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା ବେଳେ ଅନୁଗୁଳ ୨୯.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୬୯ ରନ୍ କରିଥିଲା। ଜବାବରେ ଗଂଜାମ ୯.୨ ଓଭରରେ ବିନା କୌଣସି କ୍ଷତିରେ ବିଜୟୀ ହୋଇଥିଲା। ଟାଉନ୍ କ୍ଲବ୍ ପଡିଆରେ ଅନୁଷ୍ଠିତ ମ୍ୟାଚ୍‌ରେ ସୁନ୍ଦରଗଡ଼ ୧୨୬ ରନରେ ପାରାଦୀପକୁ ହରାଇଛି। ସୁନ୍ଦରଗଡ଼ ୪୩.୧ ଓଭରରେ ସମସ୍ତ ୱି‌କେଟ୍‌ ବିନିମୟରେ ୨୧୮ ରନ୍ କରିଥିଲା। ଜବାବରେ ପାରାଦୀପ ୨୨.୫ ଓଭରରେ ୯୨ ରନ୍ କରିଥିବା ସମୟରେ ସମସ୍ତ ୱିକେଟ୍‌ ହରାଇଥିଲା। ବିଜୟୀ ଦଳର କାର୍ତ୍ତିକ ସାହୁ ୧୮ ବିନିମୟରେ ୫ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର