କଟକ: ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ଆୟୋଜିତ ୧୬ବର୍ଷରୁ କମ ଅନ୍ତଃଜିଲ୍ଲା କ୍ରିକେଟର ବୁଧବାର ଅନୁଷ୍ଠିତ ମ୍ୟାଚ୍ରେ ଭୁବନେଶ୍ବର ବି’, କେନ୍ଦୁଝର, କନ୍ଧମାଳ, ପୁରୀ, ଖୋର୍ଦ୍ଧା ଓ ଗଜପତି ବିଜୟୀ ହୋଇଛନ୍ତି। ଟାଉନ୍ କ୍ଲବ ପଡିଆରେ ଅନୁଷ୍ଠିତ ମ୍ୟାଚ୍ରେ ଭୁବନେଶ୍ବର ବି’ ୭ ୱିକେଟ୍ରେ ନୂଆପଡ଼ାକୁ ପରାସ୍ତ କରିଛି। ନୂଆପଡ଼ା ୩୬.୪ ଓଭରେ ସମସ୍ତ ୱିକେଟ୍ ହରାଇ ୧୨୪ ରନ୍ କରିଥିଲା। ଭୁବନେଶ୍ବରର ଦ୍ୟୁବେନ୍ଦୁ ପଣ୍ଡା ୬ ୱିକେଟ୍ ପାଇଥିଲେ। ଜବାବରେ ଭୁବନେଶ୍ବର ବି’ ୨୪ ଓଭରରେ ୩ ୱିକେଟ୍ ହରାଇ ବିଜୟୀ ହୋଇଥିଲା। ଅଡ଼ଶପୁର ପଡ଼ିଆରେ କେନ୍ଦୁଝର ୨୯ ରନରେ ମାଲକାନଗିରିକୁ ହରାଇଛି। କେନ୍ଦୁଝର ୩୬.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୩ ରନ୍ କରିଥିଲା। ଜବାବରେ ମାଲକାନଗିରି ୩୬ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୪ ରନ୍ କରିଥିଲା। ବିଜୟୀ ଦଳର ସଙ୍କେତ ପଣ୍ଡା ୫ ୱିକେଟ୍ ନେଇଥିଲେ। ଖୋର୍ଦ୍ଧା ବିଜେଏଚ୍ଏସ୍ ପଡ଼ିଆରେ ଅନୁଷ୍ଠିତ ମ୍ୟାଚ୍ରେ କନ୍ଧମାଳ ୯ ୱିକେଟ୍ରେ ଜଗତସିଂହପୁରକୁ ମାତ୍ ଦେଇଛି।
ଜଗତସିଂହପୁର ୨୬ ଓଭରରେ ସମସ୍ତ ୱିକେଟ ହରାଇ ୬୯ ରନ୍ କରିଥିଲା। ଜବାବରେ କନ୍ଧମାଳ ୧୦.୪ ଓଭରରେ ମାତ୍ର ୧ ୱିକେଟ୍ ହରାଇ ୭୦ ରନ୍ କରିଥିଲା। ରେଭେନ୍ସା ପଡିଆରେ ଅନୁଷ୍ଠିତ ମ୍ୟାଚ୍ରେ ପୁରୀ ୫ ୱିକେଟ୍ରେ କଟକ ବି’କୁ ହରାଇଛି। କଟକ ବି’ ୪୭.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୩୭ ରନ୍ କରିଥିଲା। ହିମାଂଶୁ ଅଗ୍ରୱାଲ ୬ ୱିକେଟ୍ ନେଇଥିଲେ। ଜବାବରେ ପୁରୀ ୪୬ ଓଭରରେ ୫ ୱିକେଟ୍ ହରାଇ ୨୪୦ ରନ୍ କରିଥିଲା। ବିଡ଼ାନାସୀ ପଡିଆରେ ଅନୁଷ୍ଠିତ ମ୍ୟାଚ୍ରେ ଖୋର୍ଦ୍ଧା ୨୪୫ ରନରେ ବରଗଡ଼କୁ ପରାସ୍ତ କରିଛି। ଯଶବନ୍ତ ପ୍ରଧାନଙ୍କ ୧୦୧ ରନ୍ ସହାୟତାରେ ଖୋର୍ଦ୍ଧା ୪୭ ଓଭରରେ ୯ ୱିକେଟ୍ ହରାଇ ୩୦୬ ରନ୍ କରିଥିଲା। ଜବାବରେ ବରଗଡ଼ ୧୩.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୬୧ ରନ୍ କରିଥିଲା। ରେଲ୍ୱେ ପଡ଼ିଆରେ ଅନୁଷ୍ଠିତ ମ୍ୟାଚ୍ରେ ଗଜପତି ୨୯ ରନରେ ମୟୂରଭଞ୍ଜକୁ ପରାଜିତ କରିଛି। ଗଜପତି ୪୧.୫ ଓଭରରେ ୧୦ ୱିକେଟ୍ ହରାଇ ୧୧୮ ରନ୍ କରିଥିଲା। ଜବାବରେ ମୟୂରଭଞ୍ଜ ୩୧.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୮୯ ରନ୍ କରିଥିଲା। ବିଜୟୀ ଦଳର ସମ୍ମାନ ସାହୁ ୫ ୱିକେଟ୍ ନେଇଥିଲେ।