୧୬ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌: ଆଜାଦ, ନକିବ, ନିଶ୍ଚଳ, ରେହାନ, ରେହାନଙ୍କୁ ୫ ୱିକେଟ୍‌

ଭୁବନେଶ୍ବର, ରାଉରକେଲା, ସମ୍ବଲପୁର, ନୟାଗଡ଼, କିଟ୍‌, ଭଦ୍ରକ ବିଜୟୀ

ଭୁବନେଶ୍ବର: ଓସିଏ ପକ୍ଷରୁ ଚାଲିଥିବା ୧୬ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାରେ ବୁଧବାର ଭୁବନେଶ୍ବର ଏ’, ରାଉରକେଲା, ସମ୍ବଲପୁର, ନୟାଗଡ଼, କିଟ୍‌ ଓ ଭଦ୍ରକ ବିଜୟୀ ହୋଇଛନ୍ତି। ସନସାଇନ୍‌ ପଡ଼ିଆରେ ଭୁବନେଶ୍ବର ଏ’ ୬ ୱିକେଟ୍‌ରେ ଦେଓଗଡ଼କୁ, ବିଡ଼ାନାସୀ ପଡ଼ିଆରେ ରାଉରକେଲା ୮ ୱିକେଟ୍‌ରେ ବୌଦ୍ଧକୁ, ନିମପୁର ପଡ଼ିଆରେ ସମ୍ବଲପୁର ୧୦ ୱିକେଟ୍‌ରେ କେରାପୁଟକୁ, ଅଡ଼ଶପୁର ପଡ଼ିଆରେ ନୟାଗଡ଼ ୭ ରନ୍‌ରେ ବାଲେଶ୍ବରକୁ, ଭୁବନେଶ୍ବର ଟାଉନ କ୍ଲବ୍‌ ପଡ଼ିଆରେ କିଟ୍‌ ୬ ୱିକେଟ୍‌ରେ ରାୟଗଡ଼ାକୁ ଏବଂ ଭଦ୍ରକ ୭ ୱିକେଟ୍‌ରେ ଢେଙ୍କାନାଳକୁ ପରାସ୍ତ କରିଛନ୍ତି। ଖେଳାଯାଇଥିବା ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ଭୁବନେଶ୍ବର ଏ’ ର ଏସ୍‌କେ ନକିବ ସରବର (୫/୧୭), ରାଉରକେଲାର ରେହାନ ଖାନ୍‌ (୬/୧୯), ସମ୍ବଲପୁରର ମହମ୍ମଦ ଏଫ୍‌ ଆଜାଦ (୭/୨୪), ଭଦ୍ରକର ନିଶ୍ଚଳ ମହାନ୍ତି (୫/୮) ୫ ୱିକେଟ୍‌ ସଫଳତା ପାଇଥିଲେ।

ସମ୍ବନ୍ଧିତ ଖବର