କଟକ : ଓସିଏ ପକ୍ଷରୁ ଆୟୋଜିତ ୧୬ ବର୍ଷରୁ କମ୍ ଅନ୍ତଃ ଜିଲ୍ଲା କ୍ରିକେଟର ଶନିବାର ଅନୁଷ୍ଠିତ ମ୍ୟାଚ୍ରେ ଭୁବନେଶ୍ବର ଏ’, ରାଉରକେଲା, କୋରାପୁଟ, ନୟାଗଡ଼, ଭଦ୍ରକ, ବାଲେଶ୍ବର ବିଜୟୀ ହୋଇଛନ୍ତି। ନିମପୁର ପଡ଼ିଆରେ ଭୁବନେଶ୍ବର ଏ’ ୩୩୫ ରନରେ ବୌଦ୍ଧକୁ ହରାଇଛି। ଭୁବନେଶ୍ବର ଏ’ ୪୫.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୩୮୩ ରନ୍ କରିଥିଲା। ଜବାବରେ ବୌଦ୍ଧ ୨୦.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୪୮ ରନ୍ କରିବାକୁ ସମର୍ଥ ହୋଇଥିଲା। ବୌଦ୍ଧର ଅର୍ମାନ୍ ଲାକ୍ରା ୫ ୱିକେଟ୍ ନେଇଥିଲେ। ଅଡ଼ଶପୁର ପଡିଆରେ ରାଉରକେଲା ୪୭ ରନରେ ସମ୍ବଲପୁରକୁ ହରାଇଛି।
ରାଉରକେଲା ୪୨ ଓଭରରେ ସସସ୍ତ ୱିକେଟ୍ ହରାଇ ୧୬୦ ରନ୍ କରିଥିଲା। ଜବାବରେ ସମ୍ବଲପୁର ୪୧.୧ ଓଭରରେ ସମସ୍ତ ୱିକେଟ୍ ବିନିମୟରେ ୧୧୩ ରନ୍ କରିବାକୁ ସମର୍ଥ ହୋଇଥିଲା। ରାଉରକେଲାର ଏମ୍. ପୱନ ୧୭ ରନ୍ ବିନିମୟରେ ୫ ୱିକେଟ୍ ହାସଲ କରିଥିଲେ। ଟାଉନ୍ କ୍ଲବ୍ ପଡିଆ, ଭୁବନେଶ୍ବରରେ କୋରାପୁଟ ୮ ୱିକେଟ୍ରେ ଦେବଗଡ଼କୁ ହରାଇଛି। ଦେବଗଡ଼ ୧୪.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୪୫ ରନ୍ କରିଥିଲା ବେଳେ କୋରାପୁଟ ମାତ୍ର ୬ ଓଭରରେ ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। କୋରାପୁଟର ଏମ୍ ଶୈଳେସ ୭ ଓଭର ବୋଲିଂ କରି ଗୋଟିଏ ମେଡେନ ସହିତ ୨୧ ରନ୍ ବିନିମୟରେ ୮ ୱିକେଟ୍ ହାସଲ କରିଥିଲେ। ରେଭେନ୍ସା ପଡିଆ-୨ରେ ଅନୁଷ୍ଠିତ ମ୍ୟାଚ୍ରେ ନୟାଗଡ଼ ୧୨ ରନ୍ରେ ରାୟଗଡ଼ାକୁ ହରାଇଛି। ନୟାଗଡ଼ ୩୧.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୪ ରନ୍ କରିଥିଲା। ଜବାବରେ ରାୟଗଡ଼ା ୪୧.୪ ଓଭରରେ ୧୫୨ ରନ୍ କରିପାରିଥିଲା। ରାୟଗଡ଼ାର କାରି ରାଜେଶ ଓ ନୟାଗଡ଼ର ସାହିଲ ନାଏକ ୫ ୱିକେଟ୍ ନେଇଥିଲେ।
ସନସାଇନ୍ ପଡ଼ିଆରେ ଭଦ୍ରକ ୭ ୱିକେଟରେ କିଟ୍କୁ ହରାଇଛି। କିଟ୍ ୨୩.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୯୭ ରନ୍ କରିଥିଲା। ଜବାବରେ ଭଦ୍ରକ ୧୭.୩ ଓଭରରେ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ବିଡ଼ାନାସୀ ପଡିଆରେ ବାଲେଶ୍ବର ୧୬ ରନରେ ଢେଙ୍କାନାଳକୁ ହରାଇଛି। ବାଲେଶ୍ବର ୨୦.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୮୭ ରନ୍ କରିଥିଲା। ଜବାବରେ ଢେଙ୍କାନାଳ ୩୩.୧ ଓଭରରେ ସମସ୍ତ ୱିକେଟ୍ ବିନିମୟରେ ୭୧ ରନ୍ କରିପାରିଥିଲା। ବାଲେଶ୍ବରର ଯୁବାରାଜ ପଟେଲ ୯ ଓଭର ବୋଲିଂ କରି ଗୋଟିଏ ମେଡେନ୍ ଓଭର ସହିତ ୨୦ ରନ୍ ବିନିମୟରେ ୭ ୱିକେଟ୍ ନେଇଥିଲେ।