୧୭ ବର୍ଷରୁ କମ୍‌ ବାଳିକା ସାଫ୍: ଶିଲ୍‌ଜୀଙ୍କ ୫ ଗୋଲ୍‌ରେ ଭାରତ ବିଜୟୀ

ଢାକା : ଏଠାରେ ଚାଲିଥିବା ସାଫ୍‌ ୧୭ ବର୍ଷରୁ କମ୍‌ ବାଳିକା ଫୁଟ୍‌ବଲ୍‌ ପ୍ରତି‌ଯୋଗିତାରେ ଶିଲ୍‌ଜୀ ଶାଜିଙ୍କ ୫ ‌ଗୋଲ୍‌ ସହାୟତାରେ ଭାରତ ବିଜୟୀ ହୋଇଛି। ଭାରତ ପ୍ରଥମ ମ୍ୟାଚ୍‌ରେ ନେପାଳକୁ ପରାସ୍ତ କରିଥିଲା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ବାଂଲାଦେଶଠୁ ହାରିଥିଲା। ହେଲେ ରବିବାର ନିଜର ତୃତୀୟ ମ୍ୟାଚ୍‌ରେ ଭାରତ ୯-୦ ଗୋଲ୍‌ରେ ଭୁଟାନକୁ ମାତ୍‌ ଦେଇ ବିଜୟ ଧାରାକୁ ଫେରିଛି।

ମ୍ୟାଚ୍‌ର ତୃତୀୟ ମିନିଟ୍‌ରେ ମେନକାଙ୍କ ଗୋଲ୍‌ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାପରେ ଶିଲ୍‌ଜୀ (୧୨, ୬୨, ୬୦, ୭୬, ୭୯ ମିନିଟ୍‌) ୫, ଶିବାନୀ (୪୨, ୬୧ ମିନିଟ୍) ୨ଟି ଏବଂ ଥୋଇବିସାନା (୫୬ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇ ଭାରତ ବିଜୟରେ ଅବଦାନ ରଖିଥିଲେ। ଭାରତ ମଙ୍ଗଳବାର ଶେ‌ଷ ଲିଗ୍‌ ମ୍ୟାଚ୍‌ରେ ରୁଷିଆକୁ ଭେଟିବ।

ସମ୍ବନ୍ଧିତ ଖବର