ମୀରପୁର: ଭାରତ ରବିବାର ୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍ ହୋଇଛି। ବାଂଲାଦେଶର ମୀରପୁରସ୍ଥିତ ସେର-ଏ-ବାଂଲା ନ୍ୟାସନାଲ ଷ୍ଟାଡିୟମ୍ରେ ଫାଇନାଲ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୭ ଓ୍ଵିକେଟରେ ହରାଇ ଭାରତୀୟ ଖେଳାଳିମାନେ ଏହି ସଫଳତା ଅର୍ଜନ କରିଛନ୍ତି। ପୂର୍ବରୁ ଭାରତୀୟ ୧୯ ବର୍ଷରୁ କମ୍ ଟିମ୍ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ୨୦୧୬, ୨୦୧୪, ୨୦୧୨(ପାକିସ୍ତାନ ସହିତ ଯୁଗ୍ମ ଭାବରେ), ୨୦୦୩ ଓ ୧୯୮୯ରେ ଚାମ୍ପିଅନ୍ ହୋଇଥିଲେ।
ଟସ୍ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ମାତ୍ର ୩ଟି ଓ୍ଵକେଟ ହରାଇ ୩୦୪ ରନ୍ ସଂଗ୍ରହ କରିଥିଲା। ଫଳରେ ଶ୍ରୀଲଙ୍କାକୁ ୩୦୫ ରନ୍ ବିଜୟ ଲକ୍ଷ୍ୟ ମିିଳିଥିଲା। ଲକ୍ଷ୍ୟ ପଛରେ ଗୋଡେଇ ଶ୍ରୀଲଙ୍କା ଟିମ୍ ୩୮.୪ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୧୬୦ ରନ୍ ସଂଗ୍ରହ କରିପାରିଥିଲେ। ଭାରତ ପକ୍ଷରୁ ସ୍ପିନର ହର୍ଷ ତ୍ୟାଗୀ ସର୍ବାଧିକ ୬ଟି ଓ୍ଵକେଟ ନେଇଥିଲେ।
ଚାରି ଜଣ ଭାରତୀୟ ଖେଳାଳି ଅର୍ଦ୍ଧଶତକ ହାସଲ କରିଥିଲେ। ଯଶସ୍ୱୀ ଜୟସ୍ୱାଲ(୮୫), ଅନୁଜ ରାଓ୍ଵତ(୫୭), ଓ୍ଵିକେଟକିପର ଓ ଅଧିନାୟକ ସିମରନ ସିଂହ(ଅପରାଜିତ ୬୫) ଓ ଆୟୁଷ ବଦୋନୀ(ଅପରାଜିତ ୫୨) ଦଳ ପାଇଁ ଯୋଗଦାନ ଦେଇଥିଲେ। ଭାରତୀୟ ଟିମ୍ ଏକଦା ୪୫ ଓଭରରେ ୩ଟି ଓ୍ଵିକେଟ ହରାଇ ୨୨୫ ରନ୍ ସଂଗ୍ରହ କରିଥିଲେ କିନ୍ତୁ ଶେଷ ୫ ଓଭରରେ ସିମରନ ଓ ଆୟୁଷଙ୍କ ଯୋଡି ୭୯ ରନ୍ ସଂଗ୍ରହ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/555_1538919052_618x347.jpeg)
