ଅନ୍ତଃଜିଲ୍ଲା ୧୯ ବର୍ଷରୁ କମ୍‌ କ୍ରିକେଟ୍‌: ଅ˚ଶୁମାନ, ଇଝାରୁଦ୍ଦିନ୍‌ଙ୍କ ଶତକ; ସାଇଦୀପଙ୍କୁ ୭ ଓ୍ୱିକେଟ

କଟକ : କଟକ ଓ ଭୁବନେଶ୍ବରରେ ଚାଲିଥିବା ୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌ ପ୍ରତିଯୋଗିତାରେ ଶୁକ୍ରବାର ଭୁବନେଶ୍ବର ବି’, କିଟ୍‌, ଭୁବନେଶ୍ବର ଏ’, ଯାଜପୁର, ପାରାଦୀପ, କଟକ ଏ’, ଅନୁଗୁଳ, କଟକ ବି’, ଗଜପତି ବିଜୟୀ ହୋଇଛନ୍ତି। ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟ ପଡ଼ିଆରେ ଭୁବନେଶ୍ବର ବି’ ୯ ଵିକେଟରେ ନବରଙ୍ଗପୁରକୁ, ସିଭି ରମଣ କଲେଜ ପଡ଼ିଆରେ କିଟ୍‌ ୭୭ ରନ୍‌ରେ ପୁରୀକୁ, ଅଡ଼ଶପୁର କଲେଜ ପଡ଼ିଆରେ ଭୁବନେଶ୍ବର ଏ’ ୨୭୮ ରନ୍‌ରେ କନ୍ଧମାଳକୁ, ଡ୍ରିମ୍ସ ପଡ଼ିଆରେ ଯାଜପୁର ୧୩୧ ରନ୍‌ରେ ଭଦ୍ରକକୁ, ପୂର୍ବତଟ ରେଳବାଇ ଷ୍ଟାଡିୟମରେ ପାରାଦ୍ବୀପ ୫୭ ରନ୍‌ରେ ଢେଙ୍କାନାଳକୁ, ବିଡ଼ାନାସୀ ପଡ଼ିଆରେ କଟକ ଏ’ ୪୬ ରନ୍‌ରେ ନୟାଗଡ଼କୁ, ରେଭେନ୍ସା ୨ନମ୍ବର ପଡ଼ିଆରେ ଅନୁଗୁଳ ୭ ଵିକେଟରେ ଖୋର୍ଦ୍ଧାକୁ, ରେଭେନ୍ସା ୧ନମ୍ବର ପଡ଼ିଆରେ କଟକ ବି’ ୭ ଵିକେଟରେ ଗଞ୍ଜାମକୁ, ସନସାଇନ୍‌ ପଡ଼ିଆରେ ଗଜପତି ୭୦ ରନ୍‌ରେ ନୂଆପଡ଼ାକୁ ହରାଇଛି।

ଭୁବନେଶ୍ବର ଏ’ର ଅ˚ଶୁମାନ ସାହୁ ୧୪୩ ବଲ୍‌ରୁ ୧୫ ଚୌକା ଓ ୧ ଛକା ସହାୟତାରେ ୧୩୩ ରନ୍‌ ଏବ˚ ଯାଜପୁରର ସୟଦ ଇଝାରୁଦ୍ଦିନ୍‌ ୧୦୩ ବଲ୍‌ରୁ ୧୪ ଚୌକା ଓ ୯ ଛକା ସହାୟତାରେ ୧୪୭ ରନ୍‌ର ଶତକୀୟ ପାଳି ଖେଳିଥିଲା ବେଳେ ବିଦ୍ୟାଧର ବେହେରା ୫୪, ବିଭା˚ଶୁ ରାଏ ୫୧, ମହମ୍ମଦ ସୋହେଲ ୬୨, ସବ୍ୟସାଚୀ ଲେଙ୍କା ୫୪, ସଚିନ ଶତପଥି ୭୩, ମହମ୍ମଦ ଖାନ୍‌ ୫୪, ଦିବ୍ୟଜ୍ୟୋତି ପଟ୍ଟନାୟକ ୫୧, ପାନକଳା ଶଶାଙ୍କ ୫୨, ଶ୍ରେୟା˚ଶ ଭରଦ୍ବାଜ ୫୦, ପ୍ରତ୍ୟୁଷ ପ୍ରଧାନ ୫୭, ବ୍ରେନ୍‌ ସି˚ହ ୫୩ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ବୋଲରଙ୍କ ମଧ୍ୟରେ କଟକ ଏ’ର ସାଇଦୀପ ମହାପାତ୍ର ୯.୪ ଓଭରରେ ୪ ମେଡେନ୍‌ ଓ ୨୫ ରନ୍‌ ବିନିମୟରେ ୭ ଵିକେଟ ଅକ୍ତିଆର କରିଥିଲେ। ତାଙ୍କ ବ୍ୟତୀତ ଭୁବନେଶ୍ବର ବି’ର ଅନୁଜ ମହାସୁପକାର (୬/୧୩), କନ୍ଧମାଳର କମଳ କହଁର (୬/୬୨), କିଟ୍‌ର ସୂର୍ଯ୍ୟ ଭୂତିଆ (୫/୧୪), ଢେଙ୍କାନାଳର ରାଜୀବ ବେହେରା (୫/୫୩), ନୂଆପଡ଼ାର ଆୟୁଷମାନ ଗୁପ୍ତା (୫/୩୩) ୫ ଵିକେଟ୍‌ ସଫଳତା ପାଇଛନ୍ତି।

ସମ୍ବନ୍ଧିତ ଖବର