ଅନ୍ତଃଜିଲ୍ଲା ୧୯ ବର୍ଷରୁ କମ୍‌ କ୍ରିକେଟ୍‌: କେନ୍ଦୁଝର, ଦେଓଗଡ଼, ଜଗତସି˚ହପୁର, ସୁନ୍ଦରଗଡ଼ ବିଜୟୀ

କଟକ : ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ ପ୍ରତିଯୋଗିତାରେ ଶୁକ୍ରବାର କେନ୍ଦୁଝର, ଦେଓଗଡ଼, ଜଗତସି˚ହପୁର, ସୁନ୍ଦରଗଡ଼ ବିଜୟୀ ହୋଇଛନ୍ତି। ଡ୍ରିମ୍ସ ଷ୍ଟାଡିୟମରେ କେନ୍ଦୁଝର ୬ ଵିକେଟରେ ବଲାଙ୍ଗୀରକୁ ହରାଇଛି। ଗୌରବ କୁମ୍ଭାରଙ୍କ ୫୭ ଓ ଶୁଭ୍ରା˚ଶୁ ପାଢୀଙ୍କ ୪୯ ରନ୍‌ ସହାୟତାରେ ବଲାଙ୍ଗୀର ୧୪୨ ରନ୍‌ ସ˚ଗ୍ରହ କରିଥିଲା ବେଳେ କେନ୍ଦୁଝର ଏହି ଲକ୍ଷ୍ୟକୁ ୨୧.୨ ଓଭରରେ ୪ ଵିକେଟ ହରାଇ ହାସଲ କରିଥିଲା। ଏସ୍‌ ପ୍ରତୀକ ମହାନ୍ତି ୫୬ ରନ୍‌ର ଅର୍ଧଶତକୀୟ ପାଳି ଖେଳି ଦଳକୁ ଜିତାଇଥିଲେ।

ଅଡ଼ଶପୁର କଲେଜ ପଡ଼ିଆରେ ଦେଓଗଡ଼ ୭୦ ରନ୍‌ରେ କୋରାପୁଟକୁ ପରସ୍ତ କରିଛି। ଦେଓଗଡ଼ ଶୁଭମ୍‌ ବିଶ୍ବାଳଙ୍କ ୫୮ ରନ୍‌ ସହାୟତାରେ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ୨୭ ଓଭରରେ ୪ ଵିକେଟ ବିନିମୟରେ ୧୪୭ ରନ୍‌ କରିଥିଲା। ଫଳରେ ଡିଏଲ୍‌ଏସ୍‌ ନିୟମ ଆଧାରରେ କୋରାପୁଟ ସମ୍ମୁଖରେ ୨୭ ଓଭରରେ ୧୭୮ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ କୋରାପୁଟ ୨୩ ଓଭରରେ ୧୦୭ ରନ୍‌ କରି ସମସ୍ତ ଵିକେଟ ହରାଇଥିଲା। ଶୁଭମ୍‌ ବିଶ୍ବାଳ ୬ ଵିକେଟ ଅକ୍ତିଆର କରିଥିଲେ।

ରେଭେନ୍ସା ୨ ନମ୍ବର ପଡ଼ିଆରେ ଜଗତସି˚ହପୁର ୧ ଵିକେଟରେ କଳାହାଣ୍ତିକୁ ହରାଇଛି। କଳାହାଣ୍ତି ୩୧ ଓଭରରେ ୧୦୨ ରନ୍‌ କରିବା ପରେ ବର୍ଷା ଯୋଗୁଁ ଜଗତସି˚ହପୁର ସମ୍ମୁଖରେ ବିଜୟ ଲକ୍ଷ୍ୟ ୩୭ ଓଭରରେ ୯୪ ରନ୍‌ ଧାର୍ଯ୍ୟ କରାଯାଇଥିଲା। ଏହି ଲକ୍ଷ୍ୟକୁ ଜଗତସି˚ହପୁର ଗୋଟିଏ ଵିକେଟ ବାକିଥାଇ ୨୪.୧ ଓଭରରେ ହାସଲ କରିଥିଲା। ଅଦ୍ବୈତ ଇଶାନ ଚାନ୍ଦ ୬ ଵିକେଟ ଅକ୍ତିଆର କରିଥିଲେ ହେଁ ଦଳକୁ ପରାଜୟରୁ ଉଦ୍ଧାର କରିପାରିନଥିଲେ। ରେଭେନ୍ସା ୧ନମ୍ବର ପଡ଼ିଆରେ ସୁନ୍ଦରଗଡ଼ ୩ ଵିକେଟରେ ସମ୍ବଲପୁରକୁ ମାତ୍‌ ଦେଇଛି। ସୁନ୍ଦରଗଡ଼ ଟସ୍‌ ଜିତି ବୋଲି˚ କରିଥିଲା ବେଳେ ସମ୍ବଲପୁର ୩୨ ଓଭରରେ ୧୧୪ ରନ୍‌ କରି ସମସ୍ତ ଵିକେଟ ହରାଇଥିଲା। ପରେ ଡିଏଲ୍‌ଏସ୍‌ ଆଧାରରେ ସୁନ୍ଦରଗଡ଼ ସମ୍ମୁଖରେ ୩୮ ଓଭରରେ ୧୧୨ ରନ୍‌ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏହାକୁ ୨୪ ଓଭରରେ ୭ ଵିକେଟ ହରାଇ ଦଳ ହାସଲ କରିନେଇଥିଲା। ଆକାଶ ଶେଖ ୫୧ ରନ୍‌ର ଅର୍ଧଶତକୀୟ ପାଳି ଖେଳିଥିଲେ।

ସମ୍ବନ୍ଧିତ ଖବର