୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା କ୍ରିକେଟ୍‌: ଭୁବନେଶ୍ବର, କିଟ, ରାଉରକେଲା, କେନ୍ଦୁଝର, ଯାଜପୁର, ଗଜପତି, ମାଲକାନଗିରି, ଖୋର୍ଦ୍ଧା, ପାରାଦୀପ ବିଜୟୀ

କଟକ: ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଥିବ‌ା ୧୯ ବର୍ଷରୁ କମ୍‌ ଅନ୍ତଃଜିଲ୍ଲା ଏକଦିବସୀୟ କ୍ରିକେଟ୍‌ ପ୍ରତିଯୋଗିତାର ପ୍ରଥମ ଦିନ ଭୁବନେଶ୍ବର ଏ, କିଟ୍, ରାଉରକେଲା, କେନ୍ଦୁଝର, ଯାଜପୁର, ଗଜପତି, ମାଲକାନଗିରି, ଖୋର୍ଦ୍ଧା ଓ ପାରାଦୀପ ଦଳ ବିଜୟୀ ହୋଇଛନ୍ତି। ଭୁବନେଶ୍ବର ନ‌ାଇଜର ପଡିଆରେ ଭୁବନେଶ୍ବର-ଏ ୯୩ ରନ୍‌ରେ କେନ୍ଦ୍ରାପଡାକୁ ହରାଇଛି। ଭୁବନେଶ୍ବର ଦଳ ୪୩ ଓଭରରେ ୮ ୱିକେଟ୍ ହରାଇ ୨୦୧ ରନ୍ କରିଥିଲା। ଜବାବରେ କେନ୍ଦ୍ରାପଡା ଦଳ ୩୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୦୮ ରନ୍ କରିଥିଲା। ରେଭେନ୍‌ସା ପଡିଆରେ କିଟ୍‌ ଦଳ ୬୪ ରନ୍‌ରେ ବାଲେଶ୍ବରକୁ ହରାଇଥିଲା। କିଟ୍ ୪୮.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୮୨ ରନ୍ କରିଥିଲା। ଜବାବରେ ବାଲେଶ୍ବର ଦଳ ୪୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୮ ରନ୍ କରିଥିଲା। ରେଭେନ୍‌ସା ଗ୍ରାଉଣ୍ଡ୍‌-୨ରେ ରାଉରକେଲା ୧୨୪ ରନ୍‌ରେ କଟକ-ବି କୁ ହରାଇଥିଲା। ରାଉକେଲା ୫୦ ଓଭରରେ ୮ ୱିକେଟ୍‌ ହରାଇ ୨୪୪ ରନ୍ କରିଥିଲା। ଜବାବ‌ରେ କଟକ ଦଳ ୪୧.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୦ ରନ୍ କରିବାକୁ ସମର୍ଥ ହୋଇଥିଲା।

ଖୋର୍ଦ୍ଧାର ମିନି ଷ୍ଟାଡିୟମ୍‌ରେ କେନ୍ଦୁଝର ୭ ୱିକେଟ୍‌ରେ ବରଗଡ଼କୁ ହରାଇଛି। ବରଗଡ଼ ୪୪.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୫ ରନ୍ କରିଥିଲା। ଜବାବରେ କେନ୍ଦୁଝର ଦଳ ୨୧.୩ ଓଭରରେ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। କଟକ ସନ୍‌ସାଇନ୍‌ ପଡିଆରେ ଯାଜପୁର ୩୨୫ ରନ୍‌‌ରେ ଢେଙ୍କାନାଳକୁ ହରାଇଛି। ଯାଜପୁର ନିର୍ଧାରିତ ୫୦ ଓଭର‌ରେ ୫ ୱିକେଟ୍ ହରାଇ ୩୭୭ ରନ୍ କରିଥିଲା। ଜବାବରେ ଢେଙ୍କାନାଳ ଦଳ ୧୬.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୫୨ ରନ୍ କରିପାରିଥିଲା। କଟକ ବିଡାନାସୀ ପଡିଆରେ ଗଜପତି ୪ ୱିକେଟ୍‌ରେ ପୁରୀକୁ ହରାଇଛି। ପୁରୀ ୨୫.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୩ ରନ୍ କରିଥିଲା। ଜବାବରେ ଗଜପତି ଦଳ ୨୩.୩ ଓଭରରେ ୬ ୱିକେଟ୍ ହରାଇ ୧୧୭ ରନ୍ କରିଥିଲା। କଟକ ଅଡଶପୁରରେ ମାଲକାନଗିରି ୫ ୱିକେଟରେ ନୂଆପଡାକୁ ହରାଇଛି। ନୂଆପଡା ୨୭.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୯ ରନ୍ କରିଥିଲା। ଜବାବରେ ମାଲକାନଗିରି ଦଳ ୨୫.୨ ଓଭରରେ ୫ ୱିକେଟ୍ ହରାଇ ୧୪୩ ରନ୍ କରିନେଇଥିଲା।

କଟକ ନିମପୁର ଗ୍ରାଉଣ୍ଡ୍‌ରେ ଖୋର୍ଦ୍ଧା ଜିଲ୍ଲା ୫ ୱିକେଟ୍‌ରେ ନୟାଗଡକୁ ହରାଇଛି। ନୟାଗଡ ୩୪ ଓଭରରେ ୭ ୱିକେଟ୍ ହରାଇ ୧୪୮ ରନ୍ କରିଥିଲା। ଜବାବରେ ଖୋର୍ଦ୍ଧା ୨୭.୪ ଓଭରରେ ୫ ୱିକେଟ୍ ହରାଇ ୧୫୨ ରନ୍ କରି ମ୍ୟାଚ୍‌ ଜିତି ନେଇଥିଲା। ଟାଙ୍ଗୀସ୍ଥିତ ଡ୍ରିମ୍‌ସ ପଡିଆରେ ପାରାଦୀପ ୪ ୱିକେଟ୍‌ରେ ନବରଙ୍ଗପୁରକୁ ହରାଇଛି। ନବରଙ୍ଗପୁର ୩୬.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୫ ରନ୍ କରିଥିଲା। ଜବାବରେ ପାରାଦୀପ ୨୮.୫ ଓଭରରେ ୬ ୱିକେଟ୍ ହରାଇ ୧୪୬ ରନ୍ କରିଥିଲା।

ସମ୍ବନ୍ଧିତ ଖବର