୧୯ ବର୍ଷରୁ କମ୍ ଅନ୍ତଃଜିଲ୍ଲା କ୍ରିକେଟ୍: ଭୁବନେଶ୍ବର ଏ, ଯାଜପୁର, ରାଉରକେଲା, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ ବି, ମାଲକାନଗିରି, ନୟାଗଡ଼, ଗଜପତି ବିଜୟୀ
କଟକ : ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) ପକ୍ଷରୁ ଚାଲିଥିବା ୧୯ ବର୍ଷରୁ କମ୍ ଅନ୍ତଃଜିଲ୍ଲା ଏକଦିବସୀୟ କ୍ରିକେଟ୍ ପ୍ରତିଯୋଗିତାର ଶୁକ୍ରବାର ମ୍ୟାଚରେ ଭୁବନେଶ୍ବର ଏ, ଯାଜପୁର, ରାଉରକେଲା, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ ବି, ମାଲକାନଗିରି, ନୟାଗଡ଼ ଓ ଗଜପତି ଦଳ ବିଜୟୀ ହୋଇଛନ୍ତି। କଟକ ଅଡ଼ଶପୁର ପଡିଆରେ ଭୁବନେଶ୍ବର ଏ ୬ ୱିକେଟ୍ରେ ବରଗଡ଼କୁ ହରାଇଛି। ବରଗଡ଼ ୪୫ ଓଭରରେ ୭ ୱିକେଟ୍ ହରାଇ ୧୩୯ ରନ୍ କରିଥିଲା। ଜବାବରେ ଭୁବନେଶ୍ବର ଏ ଦଳ ୨୫ ଓଭରରେ ୪ ୱିକେଟ୍ ହରାଇ ୧୪୩ ରନ୍ କରି ବିଜୟୀ ହୋଇଥିଲା।
ରେଭେନ୍ସା ଗ୍ରାଉଣ୍ଡ୍-୨ରେ ଯାଜପୁର ୨ ୱିକେଟ୍ରେ ବାଲେଶ୍ବରକୁ ହରାଇଛି। ବାଲେଶ୍ବର ୯ ୱିକେଟ୍ ହରାଇ ୨୩୭ ରନ୍ କରିଥିଲା। ଜବାବରେ ଯାଜପୁର ଦଳ ୪୭.୫ ଓଭରରେ ୮ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। କଟକ ସନ୍ସାଇନ୍ ପଡିଆରେ ରାଉରକେଲା ୨୮୦ ରନ୍ରେ ପୁରୀକୁ ହରାଇଛି। ରାଉରକେଲା ୫ ୱିକେଟ୍ ହରାଇ ୩୫୦ ରନ୍ କରିଥିଲା। ଜବାବରେ ପୁରୀ ଦଳ ୨୯ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୭୦ ରନ୍ କରିବାକୁ ସମର୍ଥ ହୋଇଥିଲା। ଭୁବନେଶ୍ବର ନାଇଜରଠାରେ କେନ୍ଦ୍ରାପଡା ୧୪୦ ରନ୍ରେ ନୂଆପଡାକୁ ହରାଇଛି। କେନ୍ଦ୍ରାପଡା ୪୫ ଓଭରରେ ୯ ୱିକେଟ୍ ହରାଇ ୨୨୧ ରନ୍ କରିଥିଲା। ଜବାବରେ ନୂଆପଡା ଦଳ ୩୧.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୮୧ ରନ୍ କରିବାକୁ ସମର୍ଥ ହୋଇଥିଲା। କଟକ ବିଡ଼ାନାସୀ ପଡିଆରେ ଖୋର୍ଦ୍ଧା ୭ ୱିକେଟ୍ରେ କିଟ୍କୁ ହରାଇଛି। କିଟ୍ ୪୮.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୬ ରନ୍ କରିଥିଲା। ଜବାବରେ ଖୋର୍ଦ୍ଧା ଦଳ ୨୭ ଓଭରରେ ୩ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଜଗତପୁର, ନିମପୁର ପଡିଆରେ କଟକ ବି ୧୪୭ ରନ୍ରେ ପାରାଦୀପକୁ ହରାଇଛି। କଟକ ଦଳ ୪୮ ଓଭରରେ ୯ ୱିକେଟ୍ ହରାଇ ୨୪୨ ରନ୍ କରିଥିଲା। ଜବାବରେ ପାରାଦୀପ ୨୯.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୯୫ ରନ୍ କରିବାକୁ ସମର୍ଥ ହୋଇଥିଲା।
ଖୋର୍ଦ୍ଧା ମିନି ଷ୍ଟାଡିୟମ୍ରେ ମାଲକାନଗିରି ୫ ୱିକେଟ୍ରେ କେନ୍ଦୁଝରକୁ ହରାଇଛି। କେନ୍ଦୁଝର ୨୬.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୯୫ ରନ୍ କରିଥିଲା। ଜବାବରେ ମାଲକାନଗିରି ଦଳ ୨୭.୩ ଓଭରରେ ୫ ୱିକେଟ୍ ବିନମୟରେ ୯୯ ରନ୍ କରି ବିଜୟୀ ହୋଇଥିଲା। ଟାଙ୍ଗୀ ଡ୍ରିମ୍ସ ଷ୍ଟାଡିୟମରେ ନୟାଗଡ଼ ୧୦ ୱିକେଟ୍ରେ ଢେଙ୍କାନାଳକୁ ହରାଇଛି। ଢେଙ୍କାନାଳ ୧୭ ଓଭରରେ ସମସ୍ତ ୱିକେଟ୍ ହରାଇ ୪୮ ରନ୍ କରିଥିଲା। ଜବାବରେ ନୟାଗଡ଼ ଦଳ ମାତ୍ର ୬ ଓଭରରେ କୌଣସି ୱିକେଟ ନହରାଇ ବଡ଼ ବିଜୟ ହାସଲ କରିଥିଲା। ରେଭେନ୍ସା ଗ୍ରାଉଣ୍ଡ୍-୧ରେ ଗଜପତି ୫ ୱିକେଟ୍ରେ ନବରଙ୍ଗପୁରକୁ ହରାଇଛି। ନବରଙ୍ଗପୁର ଦଳ ୩୧.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୩ ରନ୍ କରିଥିଲେ। ଜବାବରେ ଗଜପତି ଦଳ ୩୨.୪ ଓଭରରେ ୫ ୱିକେଟ୍ ହରାଇ ୧୬୬ ରନ୍ କରି ବିଜୟୀ ହୋଇଥିଲା।