କଟକ : ଓଡ଼ିଶା କ୍ରିକେଟ୍ ସଂଘ ପକ୍ଷରୁ ଓସିଏ ପକ୍ଷରୁ ଫେବ୍ରୁଆରି ୨ ତାରିଖରୁ ରାଜ୍ୟର ୩୬ ଦଳକୁ ନେଇ ଆୟୋଜିତ ଅନ୍ତଃଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ରବିବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ରେଷ୍ଟ୍ ଅଫ୍ ଓଡ଼ିଶା ‘ଡି’କୁ ୪ ୱିକେଟ୍ରେ ପରାସ୍ତ କରି ଭୁବନେଶ୍ବର ‘ବି’ ଚାମ୍ପିଅନ୍ ହୋଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ରେଷ୍ଟ୍ ଅଫ୍ ଓଡ଼ିଶା ୪୮.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୩୫ ରନ୍ କରିଥିଲା। ଜବାବରେ ଭୁବନେଶ୍ବର ଦଳ ୪୦.୩ ଓଭରରେ ୬ ୱିକେଟ୍ ହରାଇ ୧୩୯ ରନ୍ ସହ ବିଜେତା ହୋଇଥିଲା। ବିଜେତା ଦଳର ସୟଦ ତୁଫୈଲ ଅହମ୍ମଦ ୧୦ ଓଭରରେ ୬ ମେଡେନ୍ ଓ ୧୯ ରନ୍ ଦେଇ ୪ ୱିକେଟ୍ ଅକ୍ତିଆର କରିଥିଲେ। ଏହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।
ଉଦ୍ଯାପନ ଉତ୍ସବରେ ଓସିଏ ଉପସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଂଜୟ ବେହେରା, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଅପେକ୍ସ କାଉନସିଲ ସଭ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ୍ ଓ ରନର୍ସଅପ୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ନୃସିଂହଚରଣ ଚୌଧୁରୀ, ଶିବବ୍ରତ ମଲ୍ଲିକ, ଅମିତ ବେହେରା, ତଡିତ ରାଉତ, ଅଞ୍ଜନ ଖୁଣ୍ଟିଆ ଓ ସିଇଓ ସୁବ୍ରତ ବେହେରା ଉପସ୍ଥିତ ଥିଲେ।