ସେମିଫାଇନାଲରେ ପାକିସ୍ତାନ

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌

କ୍ରିଷ୍ଟଚର୍ଚ: ପାକିସ୍ତାନ ନ୍ୟୁଜିଲାଣ୍ଡରେ ଚାଲିଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପର ସେମିଫାଇନାଲରେ ପହଞ୍ଚି ଯାଇଛି। ବୁଧବାରର କ୍ୱାର୍ଟର ଫାଇନାଲରେ ଏହି ଏସୀୟ ଶକ୍ତି ୨୦୧୪ ବିଜେତା ଦକ୍ଷିଣ ଆଫ୍ରିକାକୁ ୩ ଓ୍ଵିକେଟ୍‌ରେ ହରାଇ ଦେଇଛି। ସେମିଫାଇନାଲରେ ପାକିସ୍ତାନ ଶୁକ୍ରବାର ଖେଳାଯିବାକୁ ଥିବା ଭାରତ-ବାଂଲାଦେଶ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ର ବିଜେତାକୁ ଭେଟିବ। ଫଳରେ ସେମିଫାଇନାଲରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଭେଟା ଭେଟି ହେବାର ଆଶା ସଂଚାର ହୋଇଛି। ଦୁଇ ଥର ବିଜେତା ପାକିସ୍ତାନ ସମ୍ମୁଖରେ ଦକ୍ଷିଣ ଆଫ୍ରିକା ଆଜି ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଯାହାକୁ ପାକିସ୍ତାନ ୪୭.୫ ଓଭରରେ ୭ ଓ୍ଵିକେଟ୍‌ ହରାଇ ହାସଲ କରି ନେଇଥିଲା। ପାକିସ୍ତାନ ବିଜୟରେ ଅଲ୍ଲୀ ଜାରୟାବ ଆସିଫ ପ୍ରମୁଖ ଭୂମିକା ତୁଲାଇଥିଲେ। ୭୪ ରନ୍‌ର ମ୍ୟାଚ୍‌ ବିଜୟୀ ପାଳି ପାଇଁ ତାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର