୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌, ନ୍ୟୁଜିଲାଣ୍ଡ୍‌କୁ ୪୫ ରନ୍‌ରେ ହରାଇଲା ଭାରତ

ବ୍ଲୋଏ‌ମ୍ଫଣ୍ଟିନ୍‌: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ରେ ୪ ଥର ବିଜେତା ଭାରତୀୟ ଯୁବ ଦଳ କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ଶ୍ରୀଲଙ୍କାକୁ ୯୦ ରନ୍‌ ଏବଂ ଜାପାନକୁ ୧୦ ୱିକେଟ୍‌ରେ ପରାସ୍ତ କରିଥିବା ଭାରତ ଶୁକ୍ରବାର ନ୍ୟୁଜିଲାଣ୍ଡ୍‌କୁ ୪୫ ରନ୍‌ (ଡି/ଏଲ୍‌ ପଦ୍ଧତି)ରେ ପରାସ୍ତ କରି ଗ୍ରୁପ୍‌-ଏରେ ଅପରାଜେୟ ସହ ୬ ପଏଣ୍ଟ ପାଇ ଶୀର୍ଷରେ ରହିଛି।ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇବା ପରେ ଯଶସ୍ବୀ ଜୟସ୍ବାଲ ଓ ଦିବ୍ୟାଂଶ ସାକ୍ସେନା ଭାରତ ପାଇଁ ପାଳି ଆରମ୍ଭ କରିଥିଲେ। ୨୩ ଓଭରରେ କୌଣସି କ୍ଷତି ନପହଞ୍ଚାଇ ୧୧୫ ରନ୍‌ କରିଥିଲେ। ୨୧ ଓଭର ଖେଳ ପରେ ବର୍ଷା ଯୋଗୁଁ ଦୁଇ ଥର ମ୍ୟାଚ୍‌ ବାଧାପ୍ରାପ୍ତ ହୋ‌ଇଥିଲା। ଶେଷରେ ୨୩ ଓଭରକୁ କମାଇ ଦିଆଯାଇଥିଲା। ପରିବର୍ତିତ ଲକ୍ଷ୍ୟ ଅନୁଯାୟୀ ନ୍ୟୁଜିଲାଣ୍ଡ୍‌ ସମ୍ମୁଖରେ ୨୩ ଓଭରରୁ ୧୯୩ ରନ୍‌ ଧାର୍ଯ୍ୟ କରାଯାଇଥିଲା। ନ୍ୟୁଜିଲାଣ୍ଡ ୨୧ ଓଭରରେ ୧୪୭ ରନ୍‌ କରି ସମସ୍ତ ୱିକେଟ୍‌ ହରାଇଥିଲା। ରବି ବିଷ୍ଣୋଇ ୪, ଅଥର୍ବ ଅଙ୍କୋଲେକର ୩, କାର୍ତିକ ତ୍ୟାଗୀ ଓ ସୁଶାନ୍ତ ମିଶ୍ର ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ରବି ବିଷ୍ଣୋଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଗ୍ରୁପ୍‌-‘ଏ’ ଶୀର୍ଷରେ ରହି ‌ସୁପରଲିଗ୍‌ କ୍ବାର୍ଟର ଫାଇନାଲ୍‌ ଯୋଗ୍ୟତା ଅର୍ଜନ କରିଥିବା ଭାରତ ୨୮ ତାରିଖରେ ଅଷ୍ଟ୍ରେଲିଆ ସହ ଖେଳିବ।

ସମ୍ବନ୍ଧିତ ଖବର