ହୋଭ୍‌: ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ୧୯ ବର୍ଷରୁ କମ୍‌ (ଯୁବ) କ୍ରିକେଟ୍‌ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ପ୍ରଥମ ଦିନିକିଆରେ ଭ୍ରମଣକାରୀ ଭାରତ ୬ ୱିକେଟ୍‌ରେ ଘରୋଇ ଇଂଲଣ୍ଡକୁ ହରାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ ଭାରତୀୟ ବୋଲିଂକୁ ସାମ୍ନା କରି ନପାରି ୪୨.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୭୪ ରନ୍‌ କରିଥିଲା। ଆଣ୍ଡ୍ର୍ୟୁ ଫ୍ଲିଣ୍ଟଫ୍‌ଙ୍କ ପୁଅ ରକି ଫ୍ଲିଣ୍ଟଫ୍‌ ଅର୍ଦ୍ଧଶତକ (୫୬ ରନ୍‌) ଅର୍ଜନ କରିଥିଲା ବେଳେ ଇସାକ ମହମ୍ମଦ ୪୨ ରନ୍‌ କରିଥିଲେ। ଭାରତ ପକ୍ଷରୁ କନିଷ୍କ ଚୌହାନ ୩ ଏବଂ ହେନିଲ ପଟେଲ, ଆର୍‌ଏସ୍‌ ଆମ୍ବ୍ରିସ୍‌ ଓ ମହମ୍ମଦ ଏନାନ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ବୈଭବ ସୂର୍ଯ୍ୟବଂଶୀ (୪୮, ୧୯ ବଲ୍‌, ୩ ଚୌକା, ୫ ଛକା)ଙ୍କ ବିସ୍ଫୋରକ ପାଳି ପରେ ଅଭିଜ୍ଞ କୁଣ୍ଡୁଙ୍କ ଅପରାଜିତ ୪୫ (୩୪ ବଲ୍‌, ୪ ଚୌକା, ୧ ଛକା) ରନ୍‌ ବଳରେ ଭାରତ ୪ ୱିକେଟ୍‌ ହରାଇ ୨୬ ଓଭର ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି।