ନୂଆଦିଲ୍ଲୀ: ଚୀନର ରାଜଧାନୀସ୍ଥିତ ଏକ ହ‌ାଟେଲରୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରହଣୀ କରିଥିବା ବିଶ୍ବର ଏକ ନମ୍ବର ଟେବୁଲ ଟେନିସ ଖେଳାଳି ଫେନ ଜେନଡୋଙ୍ଗୁ ଏକ ଅସ୍ବାଭାବିକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା।

Advertisment

ଫେନ ‌ଜେନଡୋଙ୍ଗ କହିଛନ୍ତି, ‘ମୁଁ ହୋଟେଲରେ ବିଶ୍ରାମ ନେଉଥିଲି। ଏହି ସମୟରେ ଜଣେ ମହିଳା ପ୍ରଶଂସକ ଆସି ପହଞ୍ଚିଥିଲେ, ଆଉ ମୋତେ ଭେଟିବାକୁ କହିଥିଲେ। ମୁଁ ରିସେପସନିଷ୍ଟଙ୍କୁ ଅନୁମତି ଦେବା ପରେ ମହିଳା ଜଣକ ମୋ ରୁମ ପର୍ଯ୍ୟନ୍ତ ଆସିଥିଲେ। ମୁଁ ରୁମକୁ ବାହାରି ତାଙ୍କୁ ଭେଟିବାକୁ ଯାଉଥିବା ବେଳେ ସେ ଜୋରଜବରଦସ୍ତି ମୋ ରୁମ ଭିତରକୁ ପଶି ଆସିଥିଲେ। ଆଉ ମୋର ଅନ୍ତଃବସ୍ତ୍ର ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ମୁଁ ହୋଟେଲ ପରିଚାଳକଙ୍କୁ ଏହି ବିଷୟରେ ଅବଗତ କରିବା ପୂର୍ବରୁ ଯୁବତୀ ଜଣକ ଘଟଣାସ୍ଥଳରୁ ଚାଲି ଯାଇଥିଲେ।

ମୁଁ ଏନେଇ ଥାନାରେ ବି ଅଭିଯୋଗ କରିଛି। ପୁଲିସ ହୋଟେଲରେ ଥିବା କର୍ମଚାରୀଙ୍କୁ ଏହି ଘଟଣା ସମ୍ପର୍କରେ ପଚରାଉଚରା କରିବା ସହିତ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଯୁବତୀଙ୍କ ପରିଚୟ ଜାଣିବା ସହିତ ତାଙ୍କୁ କାବୁ କରିବାକୁ ଖୋଲତାଡ ଆରମ୍ଭ କରିଛି।

ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ ଅନୁରୋଧ କରୁଛି, ମୋ ସହିତ ଏମିତି କାମ କରନ୍ତୁ ନାହିଁ। ଏହା ଦ୍ବାରା ମୁଁ ମୋର ଅନ୍ୟ ପ୍ରଶଂସକଙ୍କୁ ଭେଟି ପାରିବି ନାହିଁ। କାରଣ ଏମିତି ଘଟଣା  ମୋ ବ୍ୟକ୍ତିଗତ ଜୀବନ ପ୍ରତି ଆଞ୍ଚ ଆଣିପାରେ।’