ୟୁନିଲାଇଟ୍ କପ୍‌ ଫାଇନାଲ୍‌ରେ ସୈନିକ ସ୍କୁଲ

ଭୁବନେଶ୍ବର: ସ୍ଥାନୀୟ ୟୁନିଟ୍‌-୬ ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ୟୁନିଲାଇଟ୍ କପ୍‌ ଫୁଟ୍‌ବଲ୍ ପ୍ରତିଯୋଗିତାରେ ଗୁରୁବାର ସୈନିକ ସ୍କୁଲ୍‌ ୧-୦ ଗୋଲ୍‌ରେ ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ରକୁ ପରାସ୍ତ କରି ଫାଇନାଲ୍‌କୁ ଉନ୍ନୀତ ହୋଇଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ରେ ଏକମାତ୍ର ଗୋଲ୍ ଦେଇଥିଲେ ସୁରଜ ସୁନ୍ଦର ଡିଗଲ (୩୦ ତମ ମିନିଟ)। କିନ୍ତୁ ଚମତ୍କାର ଖେଳିଥିବା ରବି କୁମାରଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ ହକି ଗାଙ୍ଗପୁର ସଭାପତି ଦେବାଶିଷ‌ ଗୌଡ଼ ଏବଂ କ୍ରୀଡ଼ା ସଂଗଠକ ନବ ରଂଜନ ପଟ୍ଟନାୟକ। ଦିଗବିଜୟ ଦାସ, କୀର୍ତିରଂଜନ ସ୍ବାଇଁ, ଲକ୍ଷ୍ମୀ ପ୍ରସାଦ ଏବଂ ସରୋଜ ମହାରଣା ମ୍ୟାଚ୍‌ ପରିଚାଳନା କରିଥିଲେ। ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍‌ କିସ୍‌ ଏବଂ କ୍ୟାପିଟାଲ୍ ହାଇସ୍କୁଲ୍‌ ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର