ୟୁନିଲାଇଟ୍‌ କପ୍‌ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ:ୟୁନିଟ୍‌-୧, ବିକାଶ ବିଜୟୀ

ଭୁବନେଶ୍ୱର: ୟୁନିଟ୍‌-୬ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଚାଲିଥିବା ୟୁନିଲାଇଟ୍‌ କପ୍‌ ଅନ୍ତଃବିଦ୍ୟାଳୟ ଫୁଟ୍‌ବଲ୍‌ ପ୍ରତିଯୋଗିତାର ସୋମବାର ୟୁନିଟ୍‌-୧ ଉଚ୍ଚ ବିଦ୍ୟାଳୟ ଏବଂ ବିକାଶ ରେସିଡେଣ୍ଟାଲ୍‌ ସ୍କୁଲ୍‌ ବିଜୟ ହାସଲ କରିଛନ୍ତି। ୟୁନିଟ୍‌-୧ ୩-୦ ଗୋଲ୍‌ରେ ୟୁନିଟ୍‌-୨ ଉଚ୍ଚ ବିଦ୍ୟାଳୟକୁ ପରାସ୍ତ କରିଛି। କରଣ ହେମ୍ବ୍ରମ୍‌, ସନଖାଇ ମୁର୍ମୁ ଏବଂ ସୁନ୍ଦର ମୋହନ କିସ୍କୁ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ବିଜୟୀ ଦଳର କରଣ ହେମ୍ବ୍ରମ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ସୌନିକ ବିଦ୍ୟାଳୟର କ୍ରୀଡ଼ା ସମ୍ପାଦକ ଅଜିତ କୁମାର ମୁଖାର୍ଜୀଙ୍କଠାରୁ ଗ୍ରହଣ କରିଥିଲେ। ଅନ୍ୟ ଏକ ମ୍ୟାଚ୍‌ରେ ବିକାଶ ୧-୦ ଗୋଲ୍‌ରେ ଡିପିଏସ୍‌ କଳିଙ୍ଗକୁ ହରାଇ ଦେଇଛି।

ଏକ ମାତ୍ର ଗୋଲ୍‌ଟି ଦେଇ ଥିବା ବିଜୟ ଗୋପଙ୍କୁ ଅତିଥି ଭୁବନେଶ୍ୱର ବ୍ଲକ ଉନ୍ନୟନ ଅଧିକାରୀ ଶାନ୍ତନୁ କୁମାର ମହାନ୍ତି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ତପନ ମହାନ୍ତି, ନବରଞ୍ଜନ ପଟ୍ଟନାୟକ, ଅକ୍ଷୟ କୁମାର ଦାସ, ପ୍ରିୟନାଥ ମିଶ୍ର, ପ୍ରଦୀପ କୁମାର ବଳିୟାରସିଂ ଓ ଅମୀୟ ମିଶ୍ର ଉପସ୍ଥିତ ଥିଲେ। ସରୋଜ ମହାରଣା, ଶ୍ରୀକାନ୍ତ ପଣ୍ଡା, ପ୍ରକାଶ ଦାସ, ରାଜେନ୍ଦ୍ର ବାରିକ, ଚନ୍ଦ୍ରକାନ୍ତ ବାରିକ, ପାକା ପଣ୍ଡା, ମହେଶ୍ୱର ସିଂହ (କମିଶନର) ମ୍ୟାଚ୍‌ ପରିଚାଳନା କରିଥିଲେ। ମଙ୍ଗଳବାର ସାଇ ଇଣ୍ଟରନାସନାଲ୍‌ ସ୍କୁଲ ଓ ଡିଏଭି (ପୋଖରୀପୁଟ) ଏବଂ ବିଜେବି ଇଂଲିସ ମିଡିୟମ ସ୍କୁଲ-୧(ଗଣ୍ଡରପୁର) ଓ ବିଜେବି ଇଂଲିସ ମିଡିୟମ ସ୍କୁଲ-୨ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର