ଭୁବନେଶ୍ବର: ସ୍ଥାନୀୟ ୟୁନିଟ-୬ ବାଳକ ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ୟୁନିଲାଇଟ୍ କପ୍ ଭୁବନେଶ୍ବର ଅନ୍ତଃବିଦ୍ୟାଳୟ ଫୁଟ୍ବଲ୍ ପ୍ରତିଯୋଗିତାରେ ସୋମବାର ଶ୍ରୀ ଅରବିନ୍ଦ ନୋଡାଲ ବିଦ୍ୟାପୀଠ ଓ ସୈନିକ ସ୍କୁଲ ବିଜୟୀ ହୋଇଛି। ପ୍ରଥମ ମ୍ୟାଚ୍ରେ ଶ୍ରୀ ଅରବିନ୍ଦ ବିଦ୍ୟାପୀଠ ୨-୦ ଗୋଲ୍ରେ ପଳାଶୁଣୀ ଉଚ୍ଚ ବିଦ୍ୟାଳୟକୁ ପରାସ୍ତ କରିଥିଲା। ବାବୁଲାଲ ସାହୁ (୩୪ ମିନିଟ୍) ଓ କାବୁଲାଲ ସାହୁ (୫୦ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଦୁଇଟି ଯାକ ଗୋଲ୍ରେ ଅବଦାନ ରଖିଥିବା ବାବୁଲାଲଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଦ୍ବିତୀୟ ମ୍ୟାଚ୍ରେ ସୈନିକ ସ୍କୁଲ ୧-୦ ଗୋଲ୍ରେ ରାମକୃଷ୍ଣ ଶିକ୍ଷା କେନ୍ଦ୍ରକୁ ହରାଇଥିଲା। ସୁରଜ ସୁନ୍ଦର ଦିଗାଲ (୪୧ ମିନିଟ୍) ବିଜୟ ସୂଚକ ଗୋଲ୍ଟି ଦେଇଥିଲେ। ପରାଜିତ ଦଳର ସାଗିନ ସୋରେନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅତିଥି ଭାବେ ୟୁନିଟ୍-୬ ବାଳକ ଉଚ୍ଚ ବିଦ୍ୟାଳୟର ସହକାରୀ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦତ୍ତ ଏବଂ ସମାଜସେବୀ ଜଗନ୍ନାଥ ପ୍ରଧାନ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚ୍ ଦୁଇଟିକୁ ଚନ୍ଦ୍ରକାନ୍ତ ବାରିକ, ଅମିତ ନାୟକ, ସରୋଜ କୁମାର ମହାରଣା, ଦିବ୍ୟଜ୍ୟୋତି ସିଂହ, ରାଜେନ୍ଦ୍ର ବାରିକ, ଦିଗବିଜୟ ଦାସ, ଲକ୍ଷ୍ମୀ ପ୍ରସାଦ ଓ ଶ୍ରୀକାନ୍ତ ପଣ୍ଡା ପରିଚାଳନା କରିଥିଲେ।
ୟୁନିଲାଇଟ୍ କପ୍: ଶ୍ରୀ ଅରବିନ୍ଦ, ସୈନିକ ବିଜୟୀ
/sambad/media/post_attachments/wp-content/uploads/2019/08/GBSDHBSFBSFBFSBSF.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)