ପ୍ରମୋଦଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଅଭିନନ୍ଦନ : ଆଜି ଗ୍ରହଣ କରିବେ ଅର୍ଜୁନ

ଭୁବନେଶ୍ବର : ସ୍ବିଜରଲାଣ୍ଡର ବାସେଲଠାରେ ଆୟୋଜିତ ହୋଇଯାଇଥିବା ବିଶ୍ବ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିଅନ୍‌ସିପ୍‌ରେ ଦୁଇଟି ବର୍ଗ (ଏକକ ଓ ଯୁଗଳ)ରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଓଡ଼ିଶାର ପ୍ରମୋଦ ଭଗତଙ୍କୁ ବୁଧବାର ନୂଆଦିଲ୍ଲୀରେ ଭେଟି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆସନ୍ତାକାଲି ଜାତୀୟ କ୍ରୀଡ଼ା ଦିବସ ଅବସରରେ ଅର୍ଜୁନ ପୁରସ୍କାର ପାଇବାକୁ ଯାଉଥିବାରୁ ପ୍ରମୋଦଙ୍କୁ କେନ୍ଦ୍ରମନ୍ତ୍ରୀ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ପ୍ରମୋଦ ଓଡ଼ିଶାର ଜଣେ ଲବ୍‌ଧ ପ୍ରତିଷ୍ଠିତ ସନ୍ତାନ ଏବଂ ବିଶ୍ବର ଶୀର୍ଷ ମାନ୍ୟତା ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି। ସେ ଅର୍ଜୁନ ପୁରସ୍କାର ଗ୍ରହଣ କରିବାକୁ ଯାଉଥିବା ଜାଣି ମୁଁ ଖୁବ୍‌ ଗର୍ବିତ ବୋଲି ଧର୍ମେନ୍ଦ୍ର ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ପ୍ରମୋଦ ଆଗକୁ କ୍ରୀଡ଼ା କ୍ଷେତ୍ରରେ ଆହୁରି ଅନେକ ସଫଳତା ସାଉଁଟନ୍ତୁ ବୋଲି ଧର୍ମେନ୍ଦ୍ର ଶୁଭେଚ୍ଛା ବାର୍ତାରେ କହିଛନ୍ତି।

ସମ୍ବନ୍ଧିତ ଖବର