ଭୁବନେଶ୍ବର: ନହରକଣ୍ଟାସ୍ଥିତ ଜୟଦେବ କଲେଜ ପଡ଼ିଆରେ ଚାଲିଥିବା ଡକ୍ଟର ପ୍ରାଚୀ ଭୂଷଣ ତ୍ରିପାଠୀ ସ୍ମାରକୀ ୧୯ ବର୍ଷରୁ କମ୍ କ୍ରିକେଟ୍ ପ୍ରତିଯୋଗିତାରେ ୟୁନିୟନ ସ୍ପୋର୍ଟିଂ ଚତୁର୍ଥ ଦଳ ଭାବେ ସେମିଫାଇନାଲ୍ରେ ପ୍ରବେଶ କରିଛି। ବୁଧବାର ଚତୁର୍ଥ କ୍ବାର୍ଟର ଫାଇନାଲ୍ରେ ଏହି ଦଳ ୧୦ ରନ୍ରେ ମୁକ୍ତେଶ୍ବର କ୍ରିକେଟ୍ କ୍ଲବ୍କୁ ପରାସ୍ତ କରିଦେଇଛି। ଅଲ୍ରାଉଣ୍ଡ ପ୍ରଦର୍ଶନ ପାଇଁ ପରାଜିତ ଦଳର ଜୀବନ ଜେନା (୧୯ ରନ୍, ୩ ୱିକେଟ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସମାଜସେବୀ ଦିଲିପ ମାତୱାନି, ରଣଜୀ ଖେଳାଳି ବିପ୍ଳବ ସାମନ୍ତରାୟ, ଶ୍ରୀ ଜୟଦେବ କ୍ରୀଡ଼ା ସଂଘ ଉପସଭାପତି ବଲ୍ଲଭ ଚରଣ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ରଞ୍ଜିତ ମହାରଣା ଓ ଅଜୟ କୁମାର ନାୟକ ମ୍ୟାଚ୍ ପରିଚାଳନା କରିଥିଲେ। ଗୁରୁବାର ପାରାମାଉଣ୍ଟ୍ ସ୍ପୋର୍ଟିଂ ଓ ଗ୍ରିନ୍ସ କ୍ରିକେଟ୍ ଏକାଡେମି ମଧ୍ୟରେ ପ୍ରଥମ ସେମିଫାଇନାଲ୍ ଖେଳାଯିବ।
ସଂକ୍ଷିପ୍ତ ସ୍କୋର: ୟୁନିୟନ ସ୍ପୋର୍ଟିଂ ୩୦ ଓଭରରେ ୧୫୩/୭ (ଚିତ୍ତରଞ୍ଜନ ବେହେରା-୭୪*, ରାଜୀବ ଲୋଚନ ସାହୁ-୩୩, ଜୀବନ ଜେନା-୩/୩୩, ଜି ଦିଲେସୁ-୨/୨୫)। ମୁକ୍ତେଶ୍ବର କ୍ରିକେଟ୍ କ୍ଲବ୍ ୨୮.୩ ଓଭରରେ ୧୪୩ (ଆଶିଷ ନାଥ-୪୦, କରନ ମହାପାତ୍ର-୩୫, ରାକେଶ ସାହୁ-୩/୪୧, ନଦୀମ ଖାନ-୨/୨୧)।