ବାଲିକୁଦା: ବଡ଼ଚଣା ବ୍ଲକ୍ ନିଆଳି ଖେଳ ପଡ଼ିଆରେ ସତ୍ୟନାରାୟଣ ୟୁଥ୍ କ୍ଲବ୍ ଆନୁକୂଲ୍ୟରେ ଅନୁଷ୍ଠିତ ତୃତୀୟ ବାର୍ଷିକ ରାଜ୍ୟସ୍ତରୀୟ ପ୍ରତାପ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା ଗୁରୁବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲରେ ଆଜାଦ୍ ହିନ୍ଦ୍ କ୍ଲବ୍ ଟାଙ୍ଗୀକୁ ୫ ଓ୍ଵିକେଟ୍ରେ ପରାସ୍ତ କରି ୟୁନିକ୍ ଇଲେଭେନ୍ ଭଦ୍ରକ ବିଜେତା ହୋଇଛି। ଆଜାଦ୍ ହିନ୍ଦ୍ କ୍ଲବ୍ ୨୨ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ୧୩୧ ରନ୍ କରିଥିଲା। ଜବାବରେ ୟୁନିକ୍ ଇଲେଭେନ୍ ୧୮ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ବିଜେତା ଦଳର ଅଂଶୁମାନ ମହାନ୍ତି ଫାଇନାଲ୍ର ଏବଂ ଅଭିଷେକ ନାୟକ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଖେଳକୁ ଆଶୁତୋଷ ପାଣି ଓ ପ୍ରଭାତ ଜେନା ପରିଚାଳନା କରିଥିଲେ।
ନାଗାର୍ଜୁନ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି, ସମ୍ମାନିତ ଅତିଥି ଭାବେ ପିସିସି ସାଧାରଣ ସଂପାଦକ ଶୁଭେନ୍ଦୁ ମହାନ୍ତି, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଡ. ମୁରଲିଧର ଜେନା ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଚିଦାନନ୍ଦ ଜେନା, ସୁଧାନିଧି ଜେନା, ପ୍ରମୋଦ ଜେନା, ନାରାୟଣ ପରିଡ଼ା ଓ ବିଜୟ କୁମାର ଦାସ ଯୋଗ ଦେଇଥିଲେ। ଧାରାବିବରଣୀ ଅମୀୟ ପରିଡ଼ା ଓ ବୁବୁ ସିହ୍ନା ପ୍ରଦାନ କରିଥିଲେ। ସ୍କୋରର ଭାବେ ଶ୍ରୀବତ୍ସ ସାମଲ ଓ ଜ୍ୟୋତିରଂଜନ ଜେନା କାର୍ଯ୍ୟ ସଂପାଦନ କରିଥିଲେ। ଶେଷରେ ସୁଧୀର କୁମାର ବଳ ଧନ୍ୟବାଦ ଦେଇଥିଲେ।
ପ୍ରତାପ ସ୍ମାରକୀ କ୍ରିକେଟ୍: ୟୁନିକ୍ ଇଲେଭେନ୍ ବିଜେତା
/sambad/media/post_attachments/wp-content/uploads/2018/01/Balikuda-Khela.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)