କ୍ରିକେଟ ଇତିହାସରେ ବିରଳ ଘଟଣା: ପଡିଆରେ କଥା ହେଲା ବେଳେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ହେଲେ ଆଉଟ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ: ଆବୁଧାବିରେ ପାକିସ୍ତାନ ଓ ଅଷ୍ଟେ୍ଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ୍‌ ମ୍ୟାଚ୍‌ରେ ଏପରି ଏକ ରନ୍‌ ଆଉଟ ଦେଖିବାକୁ ମିଳିଛି, ଯାହାକୁ ଦେଖି ଦର୍ଶକ ଅ‌ାଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ଏକ ରନ୍‌ ଆଉଟ। କ୍ରିକେଟ ଇତିହାସର ସବୁଠାରୁ ବୋକାମି ରନ୍‌ ଆଉଟ୍‌ ମଧ୍ୟରେ ହେଉଛି ଅନ୍ୟତମ ବିରଳ ଘଟଣା। ପାକିସ୍ତାନ ତାର ଦ୍ୱିତୀୟ ପାଳି‌େର ୫୩ ଓଭରରେ ବ୍ୟାଟିଂ କରୁଥିବା ଆଜାହାର ଅଲ୍ଲୀ ବିଚିତ୍ର ଭାବରେ ରନ୍‌ ହେଯୋଇଛନ୍ତି। କେହି କେବେ ସ୍ୱପ୍ନରେ ଭାବିନଥିବେ‌ ଯେ ବ୍ୟାଟ୍ସ୍‌ମ୍ୟାନ ଏପରି ବି ଆଉଟ ହୋଇପାରନ୍ତି ।

ଘଟଣାଟି ଥିଲା ଏମିତି। ଆଜହର୍‌ ଅଲ୍ଲୀ ଅଷ୍ଟେ୍ଲିଆର ଦୃତ ବୋଳର ପିଟରଙ୍କ ବଲ୍‌କୁ ଅଫ୍‌ସାଇଟକୁ ଖେଳି ରନ୍‌ ନେବାକୁ ଦୌଡିଥିଲେ । ବଲ୍‌ ସିଧାସଳଖ ବାଉଣ୍ଡ୍ରି ପାଖକୁ ପଲାଇଥିଲା ା ଦୁଇ ବ୍ୟାଟ୍ସ୍‌ବ୍ୟାନ ପଡିଆ ମଝିରେ ଏହା ଭାବି କଥା ହେଉଥିଲେ କି ବଲ୍‌ଟି ବାଉଣ୍ଟ୍ରି ପାର ହୋଇଯାଇଛି । ଏଠାରେ ହିଁ ଦୁଇ ବ୍ୟାଟ୍ସ୍‌ମ୍ୟାନ ଭୁଲ କରିବସିଲେ, ଯାହାର ଫାଇଦା ବାଉଣ୍ଡ୍ରିରେ ଜଗିଥିବା ଫିଲଡର ମାଇକେଲ ଷ୍ଟାର୍କ ଉଠାଇଥିଲେ । ସେ ବଲ୍‌କୁ ସିଧା ୱିକେଟକିପର୍‌ ଟିମ୍‌ ପେନ୍‌ଙ୍କୁ ଥ୍ରୋ କରିଥିଲେ। ୱିକେଟକିପର ଡେରି ନ କରି ବଲ୍‌କୁ ସିଧା ୱିକେଟରେ ଲଗାଇଥିଲେ ା ଯାହା ଫଳରେ ଆଜହରଙ୍କୁ ୬୪ ରନ୍‌ କରି ପ୍ୟ‌ାଭିଲିଅନ୍‌ ଫେରିବାକୁ ପଡିଥିଲା ।

ସମ୍ବନ୍ଧିତ ଖବର