ନିରୋଜ ସ୍ମାରକୀ କ୍ରିକେଟ୍ ଆରମ୍ଭ: ବିବିସିଏ ବିଜୟୀ

ଭୁବନେଶ୍ବର: ୟୁନିଟ-୮ ଓସ୍କାର ପଡ଼ିଆରେ ଦଶମ ନିରୋଜ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତା ଗୁରୁବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଓସ୍କାର (ଏ)କୁ ୯୭ ରନ୍‌ରେ ହରାଇ ବିବିସିଏ (ଭାରତ ଭୂଷଣ କ୍ରିକେଟ୍‌ ଏକାଡେମି) ସେମିଫାଇନାଲରେ ପ୍ରବେଶ କରିଛି। ଅଧିନାୟକ ଜଗଜିତ୍ ଦାସଙ୍କ ଶତକ (୧୦୩*, ୬୦ ବଲ) ବଳରେ ବିବିସିଏ ୨୦ ଓଭରରେ ୨ ୱିକେଟ୍‌ ହରାଇ ୧୭୦ ରନ୍ କରିଥିଲା। ଜବାବରେ ଓସ୍କାର (ଏ) ଦଳ ମାତ୍ର ୭୩ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ବୋଲିଂରେ ଲାରା ସର୍ବାଧିକ ୪ ୱିକେଟ୍‌ ନେଇଥିଲେ। ସକାଳେ ଏହି ପ୍ରତିଯୋଗିତାକୁ ମେୟର ଅନନ୍ତ ନାରାୟଣ ଜେନା, ଢେଙ୍କାନାଳ ବିଧାୟକ ସରୋଜ ସାମଲ ଉଦ୍‌ଘାଟନ କରିଥିଲେ। ଓସ୍କାର ସ୍ପୋର୍ଟିଂର ମୁଖ୍ୟ ପ୍ରଶିକ୍ଷକ ତଥା ସମ୍ପାଦକ ମନୋଜ ମହାରଣା, ଭାଷ୍ୟକାର ନରେଶ ଭୂଷଣ ଅଧିକାରୀ, ଭିକି ପ୍ରଧାନ, ଅଭିଳାଷ ବିଶ୍ବାଳ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର