ଭୁବନେଶ୍ୱର: ୟୁନିଲାଇଟ୍ ଅନ୍ତଃବିଦ୍ୟାଳୟ ଫୁଟ୍ବଲ୍ ପ୍ରତିଯୋଗିତାର ମଦର୍ସ ପବ୍ଲିକ୍ ସ୍କୁଲ ପ୍ରଥମ ଦଳ ଭାବେ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛି। ମଦର୍ସ ସୋମବାର ଖଣ୍ଡଗିରି ଜାଭିୟର୍ସକୁ ୬-୦ ଗୋଲ୍ରେ ହରାଇଥିଲା। ସୋହନ ଦଣ୍ଡପାଟ ହ୍ୟାଟ୍ରିକ୍ ଅର୍ଜନ କରିଥିଲା ବେଳେ ଶେଖ ୟାସିଫ୍ ଅଲ୍ଲୀ, ଋଷଭ ପୃଷ୍ଟି ଏବଂ ୟାସ ବେଜ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଅତିଥିଭାବେ କ୍ଲବ୍ର ଉପସଭାପତି ତଥା ଆର୍କେଡି କନ୍ଷ୍ଟ୍ରକସନ୍ ନିର୍ଦେଶକ ଅକ୍ଷୟ କୁମାର ଦାସ ଯୋଗଦେଇ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ସୋହନ ଦଣ୍ଡପାଟଙ୍କୁ ପ୍ରଦାନ କରିଥିଲେ। ଅନ୍ୟଏକ ମ୍ୟଚ୍ରେ କ୍ୟାପିଟାଲ୍ ହାଇସ୍କୁଲ ୪-୦ ଗୋଲ୍ରେ ବିଜେବି ଇଂଲିସ୍ ମିଡିୟମ ସ୍କୁଲ୍କୁ ପରାସ୍ତ କରିଥିଲା। ବିଶ୍ୱନାଥ ବରୁଆ, ସଂଗ୍ରାମ ମାଝି, ଚନ୍ଦନ ନାୟକ, ରାଜ ସେରେନ୍ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଚନ୍ଦନ ନାୟକଙ୍କୁ ଅତିଥି ୟୁନିଟ୍-୧ ସରକାରୀ ହାଇସ୍କୁଲ୍ର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସଙ୍ଗୀତା ପଣ୍ଡା ପୁରସ୍କାର ପ୍ରଦାନ କରିଥିଲେ।