ସର୍ବଭାରତୀୟ ବିଏସ୍‌ଏନ୍‌ଏଲ୍‌ ଟିଟି: ଦଳଗତ ମହିଳାରେ ପଞ୍ଜାବ ବିଜେତା

ଭୁବନେଶ୍ବର: ଓଡ଼ିଶା ଦୂରସଂଚାର ପରିମଣ୍ଡଳ, ଭୁବନେଶ୍ୱର ଆନୁକୂଲ୍ୟରେ ସ୍ଥାନୀୟ ସହିଦ ନଗରସ୍ଥିତ ଇନ୍‌ଡୋର ‌ସ୍ପୋର୍ଟ୍ସ କମ୍ପ୍ଲେସଠାରେ ୧୯ତମ ସର୍ବଭାରତୀୟ ବିଏସ୍‌ଏନ୍‌ଏଲ୍‌ ଟେବୁଲ ଟେନିସ (ଟିଟି) ପ୍ରତିଯୋଗିତା ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଦଳଗତ ମହିଳା ବର୍ଗରେ ପଞ୍ଜାବ ବିଜେତା ହୋଇଥିଲା ବେଳେ ତାମିଲନାଡ଼ୁ ଉପବିଜେତା ଏବଂ ମହାରାଷ୍ଟ୍ର ତୃତୀୟ ସ୍ଥା‌ନରେ ରହିଥିଲା। ଦଳଗତ ପୁରୁଷ ସେମିଫାଇନାଲ୍‌ରେ ମଧ୍ୟପ୍ରଦେଶ, ଆସାମ, ତାମିଲନାଡ଼ୁ ଓ ପଶ୍ଚିମବଙ୍ଗ ପ୍ରବେଶ କରିଛନ୍ତି। ଗୁରୁବାର ଉଭୟ ସେମିଫାଇନାଲ୍‌ ଓ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ୧୮ ତାରିଖରେ ଏହି ପ୍ରତିଯୋଗିତା ଉଦ୍‌ଯାପିତ ହେବ।

ଓଡ଼ିଶା ଦୂରସଂଚାର ପରିମଣ୍ଡଳ ମୁଖ୍ୟ ମହାପ୍ରବନ୍ଧକ ରୁଦ୍ର ନାରାୟଣ ପଲାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଅତିରିକ୍ତ ଟେଲିକମ୍‌ ମହା‌ନିର୍ଦେଶକ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଦୂରସଂଚାର ବିଭାଗ କମୁନିକେସନ ଆକାଉଣ୍ଟସ, କଣ୍ଟ୍ରୋଲର ଲୋପାମୁଦ୍ରା ମହାନ୍ତି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ। ଆୟୋଜକ ଓଡ଼ିଶା ସହ ଏହି ପ୍ରତିଯୋଗିତାରେ ୨୧ ରାଜ୍ୟ ବିଏସ୍‌ଏନ୍‌ଏଲ୍‌ ସର୍କଲରୁ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ଗୁଜରାଟ, ହିମାଚଳ ପ୍ରଦେଶ, ହରିୟାଣା, ଜମ୍ମୁ କାଶ୍ମୀର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ନର୍ଥ ଇଷ୍ଟ-୧ ଓ ୨, ପଞ୍ଜାବ, ରାଜସ୍ଥାନ, ସିକିମ, ତେଲେଙ୍ଗାନା, ତାମିଲନାଡୁ, ପଶ୍ଚିମବଙ୍ଗ, ଉତ୍ତରାଞ୍ଚଳ, ସିଏନ-ଟିଏକ୍ସ (ଉତ୍ତର)ର ଉଭୟ ପୁରୁଷ ଓ ମହିଳା ଦଳ ଭାଗ ନେଇଛନ୍ତି।

ସମ୍ବନ୍ଧିତ ଖବର