ଭୁବନେଶ୍ବର: ରାଜ୍ୟ କ୍ରୀଡ଼ା ବିଭାଗ ଏବଂ କେନ୍ଦ୍ରୀୟ ସିଭିଲ୍‌ ସର୍ଭିସ୍‌ ସାଂସ୍କୃତିକ ଓ କ୍ରୀଡ଼ା ବୋର୍ଡ ମିଳିତ ଆନୁକୂଲ୍ୟରେ ସର୍ବଭାରତୀୟ ସିଭିଲ୍‌ ସର୍ଭିସ୍‌ ଚେସ୍‌ ପ୍ରତିଯୋଗିତା (ଏଆଇସିଏସ୍‌ସି) ସ୍ଥାନୀୟ କିଟ୍‌ ବିଶ୍ବବିଦ୍ୟାଳସ୍ଥିତ ବିଶ୍ବନାଥ ଆନନ୍ଦ ଅନ୍ତର୍ଜାତୀୟ ହଲ୍‌ରେ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି। ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ଉଦ୍‌ଘାଟ୍‌ନୀ ଉତ୍ସବରେ ଅତିଥିଭାବେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ତଥା ଏଆଇସିଏସ୍‌ସି ଆୟୋଜକ କମିଟି ଅଧ୍ୟକ୍ଷ ଶୁଭ୍ରାଂଶୁ ମିଶ୍ର, ଏଆଇସିଏସ୍‌ସି କନ୍‌ଭେନର ଅତୁଲ ମିଶ୍ର, ଶ୍ବେତମ୍ବର ନାୟକ, ଆଇଏମ୍‌ ସ୍ବୟଂସୁ ସତ୍ୟପ୍ରଜ୍ଞ, ରଂଜନ ମହାନ୍ତି ଏବଂ କିଟ୍‌ ଓ କିସ୍‌ର କ୍ରୀଡ଼ା ମହାନିର୍ଦେଶକ ଗଗନେନ୍ଦୁ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ଓ ରିଜିଓନାଲ ସ୍ପୋର୍ଟ୍ସ ବୋର୍ଡର ୩୨ ପୁରୁଷ ଦଳରୁ ୧୭୮ ଏବଂ ୧୫ ମହିଳା ଦଳରୁ ୭୩ ଖେଳାଳି ଭାଗନେଇଛନ୍ତି। ମହିଳା ବର୍ଗରେ କେରଳକୁ ଏବଂ ପୁରୁଷରେ ଚେନ୍ନାଇ ରିଜିଓନାଲ ସ୍ପୋର୍ଟ୍ସ ବୋର୍ଡକୁ ଶୀର୍ଷ ମାନ୍ୟତା ମିଳିଛି।